Odia News Portal

ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲା, ମୁଖ୍ୟ ଅଭିଯୁକ୍ତ ମୃତ

କୋରାପୁଟ: ବହୁ ଚର୍ଚ୍ଚିତ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଘଟଣାର ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନା ମୃତ । ଅସୁସ୍ଥତା କାରଣରୁ ଗତକାଲି ତାଙ୍କୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ମେଡ଼ିକାଲରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏନେଇ କୋରାପୁଟ ଜେଲର ଗଗନ ବିହାରୀ ସାହୁ ସୂଚନା ଦେଇଛନ୍ତି ।

ପୋଷ୍ଟମୋର୍ଟମ ପରେ ମୃତ୍ୟୁର କାରଣ ଜଣାପଡିବ। ୨୦୧୩ ଅକ୍ଟୋବର ୨୭ ତାରିଖ ରାତିରେ ୟୁପି ସ୍କୁଲ ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କ ଦେହରେ କିରୋସିନ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ସେହି ବର୍ଷ ନଭେମ୍ବର ୧ରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ ତତ୍କାଳୀନ ସ୍କୁଲ ଏସ୍‌ଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଗିରଫ କରାଯାଇଥିଲା। ୨୦୧୬ ଏପ୍ରିଲରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍‌ ଏହି ମାମଲାର ଶୁଣାଣୀ କରି ନେତ୍ରାନନ୍ଦଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ।