ନୟାଗଡ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଅନୁଷ୍ଠିତ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ନୟାଗଡ଼ କନିଷ୍ଠ ମହାବିଦ୍ୟାଳୟର ଛାତ୍ର ସିତୁ ବେହେରା ୫୬୭ ନମ୍ବର ରଖି ସମଗ୍ର ରାଜ୍ୟରେ ଟପ୍ପର ହୋଇଥିବାବେଳେ ସେହି କଲେଜର ଛାତ୍ରୀ ମନସ୍ମିତା ମହାନ୍ତି ୫୬୨ ମାର୍କ ରଖି ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିଭଳି ଜିଲ୍ଲାରେ ୩ୟ ସ୍ଥାନରେ ରହିଥିବା ବର୍ଷାରାଣୀ ସାଥୁଆ ୫୪୪ ମାର୍କ ରଖି ରାଜ୍ୟରେ ୧୫ତମ ସ୍ଥାନରେ ରହିଛନ୍ତି । ନୟାଗଡ଼ କଲେଜରେ ସମୁଦାୟ ୧୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୭୧ ଜଣ ଦ୍ୱିତୀୟ ସ୍ଥାନରେ ୧୬ ଜଣ ତୃତୀୟ ସ୍ଥାନରେ ୧୫ ଜଣ ପାସ୍ କରିଛନ୍ତି ।