Odia News Portal

ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର  କରୋନାରେ ଆକ୍ରାନ୍ତ ହୋଇଛନ୍ତି।  ସେ କରୋନା ପଜିଟିଭ ହୋଇଛନ୍ତି ବୋଲି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି।

ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏହି ଟ୍ବିଟ କରିଛନ୍ତି। ଟ୍ବିଟରେ ଶ୍ରୀମୟୀ କହିଛନ୍ତି ‘‘ ମୁଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି ଏବଂ ଭଗବାନ ଜଗନ୍ନାଥଙ୍କ କୃପାରୁ ଭଲରେ ଅଛି ’’।