Odia News Portal

ବାପା ଦ୍ବାରା ନିର୍ଯ୍ୟାତିତ ହେଉଥିବା ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲଡ ଲାଇନ୍  

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା  ଟଙ୍ଗୀ ଅଞ୍ଚଳରେ ଏକ ହୃଦୟ ବିଦରକ ଘଟଣା  ଦେଖିବାକୁ ମିଳିଛି। ଏକ ନାବାଳିକା ଶିଶୁ କନ୍ୟାକୁ ତାର ଜନ୍ମ କଲା  ବାପା  ନିର୍ଯ୍ୟାତନ ଦେବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ ।   ନିର୍ଯ୍ୟାତନା ପୁଣି ଆଉ କେହି ନୁହଁ, ବରଂ ଖୋଦ୍ ନିଜ ଜନ୍ମ  କଲା  ବାପା  ନାଁରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ବାପାଙ୍କ  ଦ୍ୱାରା ନିର୍ଯ୍ୟାତିତ ହୋଇ ଆସୁଥିଲା ୫ ବର୍ଷର ନାବାଳିକା କନ୍ୟା ।

ଟାଙ୍ଗି ଥାନା ଭଜାଗଡ ଗ୍ରାମର ଦେବାଶିଷ ବଳିଆରସିଂ ନିଜ ଜନ୍ମିତ  ପାଞ୍ଚ ବର୍ଷର ଶିଶୁକନ୍ୟାକୁ  ଶାରୀରିକ ଓ ମାନସିକ ନିର୍ଯାତନା ଦେଉଉଥିବା ଖବର ପହଞ୍ଚିଥିଲା ଖୋର୍ଦ୍ଧା ଜିଲ୍ଲା ଚାଇଲଡ ଲାଇନ୍ ନିକଟରେ । ଖବର ପାଇ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟତ, ସପୋର୍ଟ ଶିଶୁ ସୁରକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ମଣିପାଲ ସାହୁ, ରଶ୍ମି ରଞ୍ଜିତା ଗୋମାନସିଂହ ଏବଂ ଟାଙ୍ଗୀ ଏ.ଏସ.ଆଇ ଅର୍ଜୁନ ସେଠୀ ପ୍ରମୁଖ ଅଚାନକ ଭଜାଗଡ ଗ୍ରାମରେ ପହଞ୍ଚି  ନାଵାଳିକାକୁ ଉଦ୍ଧାର କରି ଖୋର୍ଦ୍ଧା ସି.ଡବ୍ଲୁ.ସିକୁ ହସ୍ତାନ୍ତର କରିଛନ୍ତି ।