Odia News Portal

ଆଇଏଏସ ସଞ୍ଜିତା ମହାପାତ୍ରଙ୍କୁ ଏଫଏଫସି ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ଅଧିକାର କରିଥିବା
ଓଡ଼ିଶାର ଗୌରବ ସଞ୍ଜିତା ମହାପାତ୍ରଙ୍କୁ ‘ଫନ୍ ଆଣ୍ଡ ଫିଟ୍‌ନେସ କ୍ଲବ’ ଭୁବନେଶ୍ୱର ପକ୍ଷରୁ ଆଇଆରସି ଭିଲେଜର ଏନ-୩ ପାର୍କ ଠାରେ ଏକ ନିରାଡମ୍ବର ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ସଞ୍ଜିତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଞ୍ଜିତା
ହେଉଛନ୍ତି ଏଫଏଫସି ପରିବାରର ବୋହୂ ଏବଂ ବିଜେବି କଲେଜର ପ୍ରାକ୍ତନ ଛାତ୍ରୀ । ନିଜର ଅଦମ୍ୟ ଚେଷ୍ଟା ଓ ମାନସିକ ଦୃଢତା ଦ୍ୱାରା ସେ ଏହି ବିରାଟ ସଫଳତାର ଅଧିକାରିଣୀ ହୋଇପାରିନ୍ତି । ଯାହାକି ଆଗାମୀ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇବ । ମନ୍ତ୍ରୀ ଶ୍ରୀ ପଣ୍ଡା ସଞ୍ଚିତାଙ୍କୁ ଆର୍ଶୀବାଦ କରିବା ସହ ଭବିଷ୍ୟତରେ ନିର୍ଭିକ ଭାବେ କାର୍ଯ୍ୟ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ବିଶ୍ୱ ମହାମାରୀ ସମୟରେ ସମସ୍ତେ
ସରକାରୀ ନିୟମ ଅନୁଯାୟୀ ମାସ୍କ ଓ ସାମାଜିକ ଦୂରତ୍ୱ ପାଳନ କରିବା ସହ ସ୍ୱେଚ୍ଛାକୃତ ପ୍ଲାଜମା ଦାନ କରିବା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ଏଫଏଫସି ସଦସ୍ୟମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଉତ୍ସବରେ ପୂର୍ବତନ କର୍ପୋରେଟର ମାନସୀ ସୁନ୍ଦରରାୟ ଓ ସାମ୍ବାଦିକ କୌସ୍ତୁଭ ଦାସ ଉପସ୍ଥିତ ଥିଲେ । ଏଫଏଫସିର ସଂପାଦକ ଅଶୀତ ପ୍ରସାଦ ସାହୁ, ଉପସଭାପତି ସୁଧାକର ଷଡଙ୍ଗୀ, ପ୍ରଫୁଲ୍ଲ ବେହେରା, ଅଜୟ ଦାସ, ସଚ୍ଚିଦାନନ୍ଦ ବେହେରା, ବୈଷ୍ଣବ ଓଝା, ରିୟା ଖାନ୍‌, ଆଶିଷ ପଟ୍ଟନାୟକ, ବିଭୁ ପ୍ରସାଦ ବାରିକ, ଏସ. ଏନ.ସେଠି, ବିରେନ ପଟ୍ଟନାୟକ ଇଂ ଚିତ୍ତରଂଜନ ଦାସ,ଡ. ସୁରେନ୍ଦ୍ର ସ୍ୱାଇଁ, ଶିବିର ପରୁଜା
ଏବଂ ସଭାପତି କେଦାର ପଟ୍ଟନାୟକ ପରିଚାଳନା କରିଥିଲେ