ପୁରୀ : ପୁରୀ ବଡ଼ଦାଣ୍ତରେ ଥିବା ବଗଲା ଧର୍ମଶାଳା ଜମି ୬ ଜଣ ବିସ୍ଥାପିତଙ୍କୁ ପ୍ରଶାସନ ବିକ୍ରୀ କରିବା ପ୍ରତିବାଦ ରେ ପୁରୀ ବିଜେପି ପକ୍ଷରୁ ଧରଣା ଦିଆଯାଇଛି ତୁରନ୍ତ ଜିଲା ପ୍ରଶାସନ ଏହି ନିଷ୍ପତ୍ତିରୁ ଓହରୀ ବଗଲା ଧର୍ମଶାଳାକୁ ଭକ୍ତଙ୍କ ଥଇଥାନ ଉଦେଶ୍ୟ ରେ ପ୍ରକଳ୍ପ କାର୍ଯ୍ୟ କରିବାକୁ ବିଜେପି ଦାବି କରିଛି। ବିଜେପି ଅଭିଯୋଗ କରିଛି ଜିଲା ପ୍ରଶାସନ ଷଡ଼ଯନ୍ତ୍ର କରି ଏହି ମୂଲ୍ୟବାନ ଜମି କୁ ଲଜିଂ ମାଲିକଙ୍କୁ ବିକ୍ରି କରିଚି।
ସୂଚନା ଅନୁଯାୟୀ ବଗଲା ଧର୍ମଶାଳା ସ୍ଥାନରେ ପ୍ରସାଦ ଯୋଜନାରେ ୧୮ କୋଟି ଟଙ୍କାର ଧର୍ମାଶାଳା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାକୁ ବିକ୍ରୀ କରିଦିଆଯାଇଛି।ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ ମିଟର ଅଞ୍ଚଳରୁ ବିସ୍ଥାପିତ ହୋଇଥିବା ଲଜ ମାଲିକମାନଙ୍କୁ ଏହି ଜମିକୁ ବ୍ୟବସାୟୀକ ଭିତିରେ କିକ୍ରୀ କରାଯିବାକୁ ନେଇ ହାଇକୋର୍ଟରେ ମାମଲା ଥିବାବେଳେ ପ୍ରଶାସନର ଏହି ନିଷ୍ପତ୍ତି କୁ ନେଇ ଏବେ ପ୍ରଶ୍ନ ଉଠାଇଛି ବିଜେପି । ପୁରୀ ବଡ଼ଦାଣ୍ତର ମାର୍କେଟ ଛକ ଅଞ୍ଚଳରେ ଥିବା ବଗଲା ଧର୍ମାଶାଳା କୁ ବିସ୍ଥାପିତଙ୍କୁ ବିକ୍ରୀ କରାଯିବାକୁ ନେଇ ଆରମ୍ଭ ହୋଇଛି ଏହି ବିବାଦ। ଧର୍ମଶାଳା ଜମି ଭକ୍ତଙ୍କ ବ୍ୟବହାରରେ ଲଗାଇବା ପରିବର୍ତ୍ତେ ବିସ୍ଥାପିତ ହୋଇଥିବା ଲଜ୍ ମାଲିକମାନଙ୍କୁ ବିକ୍ରୀ ହୋଇଥିବାରୁ ଏନେଇ ବିଭିନ୍ନ।