Odia News Portal

BSNL ନିଜ ଗ୍ରାହକଙ୍କ ପାଇଁ ଆଣିଲା ଏକ ଆକର୍ଷଣୀୟ ଅଫର

ଆଜିକାଲିର ଇଣ୍ଟରନେଟ ଯୁଗରେ ସମସ୍ତଙ୍କୁ କମ୍‌ ଟଙ୍କାରେ ଅଧିକ ଡାଟା ଚାହୁଁଛନ୍ତିି । ଏପରି ସ୍ଥଳେ BSNL ନିଜ ଗ୍ରାହକଙ୍କ ପାଇଁ ନେଇ ଆସିଛି ଏକ ଆକର୍ଷଣୀୟ ଅଫର । ପୂର୍ବରୁ ରିଲାଇନସ୍‌ JIO ନିଜ ଗ୍ରାହକଙ୍କୁ ବିନା କୌଣସି ମୂଲ୍ୟରେ ଫ୍ରି ଡାଟା ଦେଉଥିବା ବେଳେ ବର୍ତ୍ତମାନ BSNL ନିଜ ଗ୍ରାହକଙ୍କ ପାଇଁ ଏହି ସୁବିଧା ଦେଉଛି । ନିଜ ପ୍ରି ପ୍ୟାଡ ଗ୍ରାହକଙ୍କୁ ମାଗଣାରେ 5GB ଡାଟା ଦେବାକୁ BSNL ଘୋଷଣା କରିଛି ।

ଏହି ଅଫର କମ୍ପାନୀ ତରଫରୁ କମ୍ପଲିମେଣ୍ଟ୍ରି ଡାଟା ଭାବରେ ଗ୍ରାହକଙ୍କୁ ଯୋଗାଇ ଦେଉଛି । ଏନେଇ BSNL ଚେନ୍ନାଇ ତରଫରୁ ସୂଚନା ମିଳିଛି । ଏହି ଫ୍ରି ଡାଟାର ବୈଧତା ୨୨ ଦିନ ପର୍ଯ୍ୟନ୍ତ ସୀମିତ ରହିବ ଏବଂ ଏହି ଅଫର ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୯୦ ଦିନ ପରେ ଶେଷ ହୋଇଯିବ ।

ବର୍ତ୍ତମାନ ଏହି ଫ୍ରି ଡାଟାକୁ କେବଳ ଚେନ୍ନାଇ ଏବଂ ତାମିଲନାଡୁର ଗ୍ରାହକ ଉପଭୋଗ କରିପାରିବେ ବୋଲି ଚେନ୍ନାଇ BSNLର ମୁଖ୍ୟ କହିଛନ୍ତି । ଏହି ଅଫର ଅନୁସାରେ ୯୮, ୯୯, ୧୧୮, ଓ ୩୧୯ ଟଙ୍କାର ଏସଟିବି ଗ୍ରାହକଙ୍କୁ 5GB ଫ୍ରି ଡାଟା ମିଳିବ । ଏହା ସହିତ ୧୮୬, ୪୨୯,୨୮୫, ୬୬୬ ଓ ୧,୯୯୯ ଟଙ୍କାର ପିବି ରିଚାର୍ଜ କଲେ ମଧ୍ୟ ଏହି ସୁବିଧା ମିଳି ପାରିିବ । ଅନ୍ୟପକ୍ଷରେ BSNL ନିଜ ଗ୍ରାହକଙ୍କୁ ୧୦୦ଟଙ୍କା ର ଫୁଲ୍‌ ଟକଟାଇମ ପ୍ଲାନ ମଧ୍ୟ ଯୋଗାଇ ଦେଉଛି ।