ପାଞ୍ଚ ବର୍ଷ ଧରି ରାଜ୍ୟବ୍ୟାପୀ ଚର୍ଚ୍ଚାରେ ଥିବା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ପରେ ତାଙ୍କୁ ୧୩ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇଦିଆଯାଇଛି। ବିଦ୍ୟାଭାରତୀଙ୍କ ଓକିଲ ଶିଶିର କୁମାର ଜେନାଙ୍କ ସୂଚନାନୁସାରେ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସୋମବାର ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଥିଲେ। ଏହାପରେ ବିଦ୍ୟାଭାରତୀୟଙ୍କ ନିୟମିତ ଜାମିନ ଆବେଦନ ନାମଞ୍ଜୁର କରି କୋର୍ଟ ତାଙ୍କୁ ୧୩ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହାପରେ ପୁଲିସ ହେଫାଜତରେ ତାଙ୍କୁ ପାରଳାଖେମୁଣ୍ଡି ଉପ କାରାଗାରକୁ ନିଆଯାଇଛି। ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଏହି କାରାଗାରରେ ଅଛନ୍ତି।
