Odia News Portal

କରୋନା ସେବିକା ସମ୍ମାନ ପ୍ରଦାନ

କଟକ  : ବର୍ତ୍ତମାନ ମହାମାରୀ କରୋନା ର କରାଳ ରୂପ ସାରା ବିଶ୍ୱରେ ଧ୍ଵନ୍ସର ଲୀଳା ରଚନା କରୁ ଥିବାବେଳେ  ଆମ ଦେଶ ଓ ରାଜ୍ୟ ଏହି କରୋନା ରୂପୀ ରାକ୍ଷସର ଶକ୍ତ ପଞ୍ଝାରେ ଅଣନିଶ୍ୱାସୀ ହୋଇପଡିଛି । ଆଜିର ଏହିଭଳି ଦୁଃସ୍ଥିତିରେ ସ୍ୱାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀ, ଡାକ୍ତର, ପୋଲିସ, ଅଙ୍ଗନବାଡିକର୍ମୀ,  ପଞ୍ଚlୟତ ପ୍ରତିନିଧି ଓ ସ୍ବେଛାସେବୀ ପ୍ରତ୍ୟେକ ସାଥୀ ମଧ୍ୟ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି । ସାମ୍ପ୍ରତିକ ପରିସ୍ଥିତିରେ ନିଜ ଜୀବନକୁ ବିପନ୍ନ କରି ଦେଶ, ରାଜ୍ୟ ତଥା ସାରା ମାନବ ସମାଜ ପ୍ରତି ଏମାନଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏପରି ଦୁଃସ୍ଥିତିରେ ଅତ୍ୟନ୍ତ  ସାହସୀକତାର ସହ ବୟସ୍କ, ଦୁସ୍ଥ, ଅସହାୟ, ଅଭାବିଜନଙ୍କୁ କରୋନା ପାଇଁ ସଚେତନ କରିବା, ସାନିଟାଇଜର, ମାସ୍କୁ, ଶୁଖିଲା ଖାଦ୍ୟ ବାଣ୍ଟିବା ପରି ମହତ କାର୍ଯ୍ୟର ବିଚାର କରି ଶ୍ରୀ ଶିରିଡ଼ି ସାଇ ଚାରିେଟବୁଲ ଟ୍ରଷ୍ଟ ବସନ୍ତପୁର ତରଫରୁ ତାଙ୍କ ଚୌଧୁରୀବଜ଼ାରସ୍ଥିତ ନନ୍ଦୀସାହି  ବାସଭବନରେ ସ୍ବେଛାସେବୀ ଓ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କୁ  ବିଶିଷ୍ଟ କରୋନା ସେବିକା ସମ୍ମାନରେ ସମ୍ମାନିତ କରାଯାଇଛି ।  ଟ୍ରଷ୍ଟର ସଦସ୍ୟା ଓ  ଅଭିନେତ୍ରୀ  ଜୁଵାର୍ଶ୍ରୀ  ମହାନ୍ତି ମାନପତ୍ର ସହିତ ବାବାଙ୍କ  ଅଙ୍ଗବସ୍ତ୍ର , ଶିରିଡ଼ି  ସଂସ୍ଥାନରୁ  ପ୍ରକାଶିତ ଓ
ସତ୍ୟ ଖଡଗରାୟଙ୍କ ଦ୍ୱାରା  ଓଡ଼ିଆରେ ଅନୁବାଦିତ ସାଇ ସତଚରିତ ପୁସ୍ତିକା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।