Odia News Portal

ଆଜି କଟକ ସହରରୁ ୧୨୭ ଜଣ ନୂଆ ପଜିଟିଭ୍‌

କଟକ : ଆଜି କଟକ ସହରରୁ ଆଜି ୧୨୭ ଜଣ ନୂଆ ପଜିଟିଭ କେଶ ସାମ୍ନାକୁ ଆସିଥିବା ଜଣାଯାଇଛି । ଆଜି ସକାଳ ସମୟରେ ଜିଲ୍ଲାରୁ ୧୪୯ ଜଣ ନୂଆ ଆକ୍ରାନ୍ତ ବାହାରୀ ଥିବା ବେଳେ ସେମଧ୍ୟରୁ ସହରରୁ ୧୨୭ ଜଣ ଅଛନ୍ତି ।

ଆଜିର ପଜିଟିଭକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୦୪କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୧୮୬୦ ଜଣ ସୁସ୍ଥ ହୋଇଛନ୍ତି । ଯେବେକି ସହରରେ ୧୨୨୭ଟି ଆକ୍ଟିଭ କେଶ ରହିଛି । ସହରରୁ ୧୭ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।