ରାଇରଙ୍ଗପୁର : ବିବାହିତା ମହିଳାଙ୍କୁ ବଳାତ୍କାର କରି ଫଟୋ ଭାଇରାଲ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଅଭିଯୁକ୍ତକୁ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣଙ୍କ ହେଲେ ମଣ୍ଟୁ ଓରଫ ସୁନୀଲ କାରୁଆ ।
ସୂଚନା ଅନୁଯାୟୀ ବହଳଦା ଥାନା ବାସିଙ୍ଗ ଗ୍ରାମରେ ଜନୈକ ମହିଳାଙ୍କ ସ୍ୱାମୀର ସାଙ୍ଗ ଘରକୁ ନିୟମିତ ଭାବେ ଯିବା ଆସିବା କରୁ ଥିଲା । ବହୁ ସମୟରେ ମହିଳାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ବଳାତ୍କାର କରୁଥିଲା ଓ କିଛି ଅଶ୍ଲୀଳ ଫଟୋ ଉଠାଇ ତାକୁ ଭାଇରାଲ କରୁଥିବା ସହ ହତ୍ୟା ଧମକ୍ ମଧ୍ୟ ଦେଇ ଆସୁଥିଲା । ଚଳିତ ମାସ ୧୮ ତାରିଖରେ ବିଜାତଳା ବ୍ଳକ ବଡ ଚମ୍ପାଉଦା ଗାଁ କୁ ମହିଳା ଜଣଙ୍କ ନିଜ ବନ୍ଧୁ ଘରକୁ ଆସିଥିଲା । ତେବେ ଉକ୍ତ ଯୁବକ ଜଣକ ବନ୍ଧୁ ଘରେ ପହଞ୍ଚି ଧମକ ଚମକ ଦେବା ସହତ ମାନସିକ ନିର୍ଯାତନା ଦେଇଥିଲା ।
ଏନେଇ ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରଥିିଲେ । ଥାନାରେ କେସ ନଂ୯୨/୨୦ରେ ମାମଲା ରୁଜୁ ହୋଇଥିଲା ।ମହିଳାର ଡାକ୍ତରୀ ପରୀକ୍ଷା ହୋଇଥିବା ବେଳେ ତଦନ୍ତ ଚାଲିଥିବା ଥାନାଧିକାରୀ କହିଛନ୍ତି ।