ନୂଆଦିଲ୍ଲୀ : ବିଜେପି ବିଧାୟକଙ୍କ ଝିଅ ସାକ୍ଷୀ ମିଶ୍ରା ଖୁବ୍ ଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେବାକୁ ଚାହୁଁଛନ୍ତି। ସେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କୁ କିଛି ସମୟ ମାଗିଛନ୍ତି। ଏକ ସାକ୍ଷାତକାରରେ ସାକ୍ଷୀ ମିଶ୍ରା କହିଛନ୍ତି ସମାଜବାଦୀ ପାର୍ଟିର କାର୍ଯ୍ୟ ଶୈଳୀ ଏବଂ ଯୁବପୀଢିଙ୍କ ଲୋକପ୍ରିୟ ନେତା ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ କାଳରେ ଯେଉଁ ବିକାଶର ଖୁସି ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ସପା ସରକାରରେ ଉତ୍ତର ପ୍ରଦେଶକୁ ଏକ ଭିନ୍ନ ପରିଚୟ ଦେଇଛନ୍ତି।
ସେ କହିଛନ୍ତି ଯେ, ସମାଜବାଦୀ ପାର୍ଟି ଜାତିବାଦକୁ ପ୍ରୋତ୍ସାହନ ଦେଉନଥିବାବେଳେ ବିକାଶକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଯୁବପୀଢିଙ୍କ ପାଇଁ ଅନେକ ପ୍ରକାରର ରୋଜଗାର ଦେଇଛନ୍ତି। ସାକ୍ଷୀ ମିଶ୍ରା କହିଛନ୍ତି, ଏଥିରେ ପ୍ରଭାବିତ ହୋଇ ସେ ସମାଜବାଦୀ ପାର୍ଟିରେ ଦସ୍ତଖତ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଅଖିଳେଶ ଯାଦବଙ୍କୁ ଭେଟିବା ପାଇଁ କିଛି ସମୟ ମାଗିଛନ୍ତି। ଯେମିତି ହିଁ ସମୟ ମିଳିବ ସେ ଲକ୍ଷ୍ନୌ ଆସି ସପା ସଦସ୍ୟତା ଗ୍ରହଣ କରିବେ।
ଏହା ପୂର୍ବରୁ ସାକ୍ଷୀ ମିଶ୍ରା କହିଛନ୍ତି ଯେ, ବିବାହ ପରେ ସେ ବେଶ୍ ଖୁସିରେ ଅଛନ୍ତି ସାକ୍ଷୀ। କାରଣ ସ୍ବାମୀ ଅଜିତେଶ ଓ ତାଙ୍କ ପରିବାର ଲୋକ ସ୍ତ୍ରୀ ସାକ୍ଷୀଙ୍କୁ ବହୁତ ସହଯୋଗ କରିଥାନ୍ତି । ଅଗଷ୍ଟ ୯ ତାରିଖରେ ସାକ୍ଷୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ବରେଲି ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ହେଉଛନ୍ତି ସାକ୍ଷୀ ମିଶ୍ରା।