ଚଣ୍ଡୀଗଡ : ହରିୟାନାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ କରୋନା ହୋଇଥିବା ସେ ଟ୍ୱିଟ କରି ସୂଚନା ଦେଇଛନ୍ତି । ତାଙ୍କ ସମ୍ପର୍କରେ ଆସିଥିବା ଅଧିକାରୀ ଏବଂ ଅନ୍ୟ ନେତୃତ୍ୱ ମଣ୍ଡଳୀ ସେମାନଙ୍କୁ ସଙ୍ଗରୋଧରେ ରଖିବା ସହ ସେମାନଙ୍କର କରୋନା ପରୀକ୍ଷା କରିବା ପାଇଁ ସେ ଟ୍ୱିଟରେ ଅନୁରୋଧ କରିଛନ୍ତି ।
ସୋମବାରରେ ସେ କରୋନା ସଂକ୍ରମଣ ପାଇଁ ପରୀକ୍ଷା କରିଥିବା ବେଳେ ପଜେଟିଭ୍ ଥିବା ପରୀକ୍ଷଣରୁ ବାହାରିଥିଲା । ଗତ ସପ୍ତାହକ ମଧ୍ୟରେ ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ସେ ନିବେଦନ କରିଛନ୍ତି ।