Odia News Portal

ଆନ୍ତର୍ଜାତିକ ମାଗାଜିନରେ ଝଲସିଲା “ଓଡ଼ିଶା କୃଷି ଭବନ”

ଭୁବନେଶ୍ୱର : ଡିଜିନ୍‌ ଆୱାର୍ଡ-୨୦୨୦ ଦୌଡ଼ରେ ଓଡ଼ିଶାର କୃଷି ଭବନ।  ବିଶ୍ୱ ସ୍ଥପତି କ୍ଷେତ୍ରରେ ଡିଜିନ୍‌ ଆୱାର୍ଡ ଏକ ପ୍ରତିଷ୍ଠିତ ପୁରସ୍କାର। ଏହି ପୁରସ୍କାର ଦୌଡ଼ରେ ସାମିଲ ହେବାରେ ଓଡ଼ିଶାର ପ୍ରଥମ ଭବନ ହେଉଛି କୃଷି ଭବନ। ଏ ଖବରରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୃଷି କର୍ମଣ ପୁରଷ୍କାରରେ ମିଳିଥିବା ଅର୍ଥରାଶିକୁ ନେଇ ଏହି ଭବନ ନିର୍ମାଣ କରାଯାଇଛି। ୭୦ କୋଟି ଟଙ୍କା ବ୍ୟୟରେ ଏହାର ନିର୍ମାଣ ହୋଇଛି। କୃଷି ଭବନର ଡିଜାଇନ ସମ୍ବଲପୁରୀ ଇକତ୍‌ ବାନ୍ଧବୁଣା ଶୈଳି ଉପରେ ଆଧାରିତ।

ଏହାସହ ଏହି ଭବନ ଓଡ଼ିଶା କୃଷିର ଐତିହ୍ୟ ଓ କୃଷକ ସଶକ୍ତୀକରଣ ପ୍ରତୀକ। ଓଡ଼ିଶାର କୃଷି ଭବନ ପ୍ରତିଷ୍ଠିତ ତଥା ସମ୍ମାନଜକ ଡିଜିନ୍‌ ମ୍ୟାଗାଜିନରେ ମଧ୍ୟ ସ୍ଥାନ ପାଇଛି। ଡିଜିନରେ ସ୍ଥାନ ପାଇବାରେ ଭାରତର ପ୍ରଥମ ସରକାରୀ ଭବନ ଓ ଓଡ଼ିଶାର ପ୍ରଥମ ବିଲ୍ଡିଂ ହେଉଛି କୃଷି ଭବନ। କହିରଖିବା ଉଚିତ ହେବକି “ଡିଜିନ” ହେଉଛି ଆନ୍ତର୍ଜାତିକ ସ୍ତରର ଏକ ପ୍ରତିଷ୍ଠିତ ଆର୍‌କିଟେକ୍‌ଚର ଜର୍ନାଲ।