Odia News Portal

୨୦୧୯-୨୦ରେ ଗୋଟିଏ ବି ନୋଟ୍ ପ୍ରିଣ୍ଟ ହୋଇନି : RBI

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟ ଅନୁସାରେ ୨୦୧୯-୨୦ରେ ୨୦୦୦ ଟଙ୍କିଆ ବ୍ୟାଙ୍କ ନୋଟ୍ ଛପାଯାଇନି । କେନ୍ଦ୍ରୀୟ ବ୍ୟାଙ୍କ ଏହା ମଧ୍ୟ କହିଛି କି ଗତ କିଛି ବର୍ଷରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ମଧ୍ୟ ହ୍ରାସ ପାଇଛି । ଆରବିଆଇର ବାର୍ଷିକ ରିପୋର୍ଟରେ କୁହାଯାଇଛି କି ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ବଜାରରେ ୩୩,୬୩୨ ଲକ୍ଷ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା ଯାହାର ସଂଖ୍ୟା ମାର୍ଚ୍ଚ ୨୦୧୯ରେ ହ୍ରାସ ପାଇ ୩୨,୯୧୦ ଲକ୍ଷ ଓ ମାର୍ଚ୍ଚ ୨୦୨୦ରେ ୨୭,୩୯୮ ଲକ୍ଷ ରହିଗଲା । ଅନ୍ୟପଟେ ୫୦୦ ଓ ୨୦୦ ଟଙ୍କିଆ ବ୍ୟାଙ୍କ ନୋଟର ପ୍ରଚଳମ ବଢିଲା ।

ଆରବିଆଇ ରିପୋର୍ଟରେ ଏହା ମଧ୍ୟ ଖୁଲାସା ହୋଇଛି କି ୨୦୧୯-୨୦ରେ ୨୦୦୦ ଟଙ୍କିଆ ନୋଟର ଛାପା ପାଇଁ ସରକାରଙ୍କ ତରଫରୁ କୌଣସି ଅର୍ଡର ଦିଆଯାଇନି । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ ଓ ସିକ୍ୟେରିଟି ପ୍ରିଣ୍ଟିଂ ଏଣ୍ଟ ମିଟିଂ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ ଏହି ସମୟରେ କୌଣସି ବି ୨୦୦୦ ଟଙ୍କିଆ ନୂଆ ନୋଟ୍ ଛାପିନାହାଁନ୍ତି । ବ୍ୟାଙ୍କ କହିଛି କି ୨୦୧୯-୨୦ ସମୟରେ ବ୍ୟାଙ୍କ ନୋଟର ସପ୍ଲାଇ ଗତ ବର୍ଷ ତୁଳନାରେ ୨୩.୩ ପ୍ରତିଶତ ହ୍ରାସ ରହିଛି । ଏହାର ପ୍ରମୁଖ କାରଣ କରୋନା ଭାଇରସ ମହାମାରୀ ଓ ଲକଡାଉନ ।

ଆରବିଆଇ କହିଛି କି ୨୦୧୯-୨୦ରେ ୫୦୦ ଟଙ୍କାର ୧୪୬୩ କୋଟି ନୋଟ୍ ଛାପିବା ଅର୍ଡର ଦିଆଯାଇଛି ଏବଂ ୧୨୦୦ କୋଟି ନୋଟର ସପ୍ଲାଇ ହୋଇଛି । ଏହି ସମୟରେ ୧୦୦ ଟଙ୍କାର ୩୩୦ କୋଟି, ୫୦ ଟଙ୍କିଆ ୨୪୦ କୋଟି, ୨୦୦ ଟଙ୍କିଆ ନୋଟ୍ ୨୦୫ କୋଟି, ୧୦ ଟଙ୍କିଆ ୧୪୭ କୋଟି ଓ ୨୦ ଟଙ୍କିଆ ୧୨୫ କୋଟି ନୋଟ୍ ଛାପିବା ପାଇଁ ଅର୍ଡର ଦିଆଯାଇଛି ।