ସମ୍ବଲପୁର : ସମ୍ବଲପୁର ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର କଫ୍ ସିରଫ ଜବତ । ଟାଉନଥାନା ପୋଲିସ ସମ୍ବଲପୁର ସମେତ ବରଗଡର ଅତାବିରା ଅଂଚଳରେ ଚଢାଉ କରି ବିପୁଳ କଫ୍ ସିରଫ ଜବତ କରିବା ସହ ଜଣେ ଯୁବତୀ ସମେତ ୪ ଜଣଙ୍କୁ ଗିରଫ କରିଛି ଏବଂ ୨ଟି କାର୍ ମଧ୍ୟ ଜବତ କରିଛି । ଏହି ଆନ୍ତଃ ଜିଲ୍ଲା କଫ୍ ସିରଫ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ଏହି ଚଢାଉରେ ୧୬୦୦ ବୋତଲରେ ମେକ୍ସ କଫ୍ ସିରଫ୍ ଭର୍ତ୍ତି ହୋଇଥିବା ୧୦ଟି କାର୍ଟୁନ, ୧୬୮୦ଟି ବୋତଲର ଏକ୍ସ କଫ୍ ସିରଫର ୧୪ଟି କାର୍ଟୁନ ଜବତ କରିଛି ପୋଲିସ । ଏହା ସହ ଗୋଟିଏ ଓ୍ବାଗନର ଓ ଟାଟା ମ୍ଯାଜିକ ଗାଡି ମଧ୍ଯ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ଟାଉନଥାନା ସାହୁ କଲୋନୀର ସନ୍ତୋଷ ବେହେରା, ସାହୁ କଲୋନୀର ପ୍ରହଲ୍ଲାଦ ବେହେରା, ସେହିପରି ବରଗଡ ଅତାବିରା ରେଙ୍ଗାଲି କ୍ଯାମ୍ପର ଶ୍ଯାମ ମେହେର ଓ ପିଙ୍କି ମେହେର । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।