Odia News Portal

ୟୁପିରେ ଦୁଇଟି ବସ୍ ମୁହାଁମୁହିଁ ଦୁର୍ଘଟଣା, ୬ ମୃତ ଓ ୮ ଆହତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର କାକୋରୀରେ ଭୟଙ୍କର ସଡକ ଦୁର୍ଘଟଣା। ୟୁପି ରୋଡଓ୍ବେଜର ଦୁଇଟି ବସ ମୁହଁମୁହିଁ ହେବା କାରଣରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲକ୍ଷ୍ନୌରୁ ହରଦୋଇ ଓ ହରଦୋଇରୁ ଲକ୍ଷ୍ନୌ ଯାଉଥିବା ରୋଡଓ୍ବେଜର ଦୁଇଟି ବସ ଭିତରେ ଭୀଷଣ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ବସଟି ଖଣ୍ଡବିଖଣ୍ଡିତ ହୋଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଇ ଏହି ଦୁର୍ଘଟଣାରେ ମୃତ ଯାତ୍ରୀଙ୍କ ପ୍ରତି ସମବେଦନା ବ୍ୟକ୍ତ କରିବା ସହ ଆହତଙ୍କୁ ତୁରନ୍ତ ସହାୟତା କରିବାକୁ ନିର୍ଦେଶ ଦେଇଛନ୍ତି। ୟୁରିର କାକୋରୀରେ ହୋଇଥିବା ବସ୍ ଦୁର୍ଘଟଣାରେ ଯେଉଁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା, ପ୍ରଶାସନ  ସେ ସମସ୍ତଙ୍କର ନାଁ ଜାରି କରିଛନ୍ତି। ମୃତକ ନିତେଶ ଭାରତୀଙ୍କ ଭୟସ ୨୦ ବର୍ଷ, ଲକି ସକ୍ସସେନା ୧୮ ବର୍ଷ, ରାଜେନ୍ଦ୍ର ସକସେନା ୪୮ ବର୍ଷ ଓ ହରିରାମଙ୍କ ବୟସ  ୪୦ ବର୍ଷ ବୋଲି ଜଣାପଡିଛନ୍ତି। ସେଭଳି ଆଉଜଣେ ମୃତକ ଡାକ୍ତର ରାମକୃଷ୍ଣନଙ୍କ ବୟସ ଜଣାପହିନାହିଁ। ବସ୍ ଦୁର୍ଘଟଣାରେ ଜଣେ ଅଜ୍ଞାତ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ତାଙ୍କର ପରିଚୟ ଜାଣିବାକୁ ପୋଲିସ ଚେଷ୍ଟା ଜାରି ରଖିଛି। ଏହା ସହ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପରିବାର ଳୋକଙ୍କୁ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି।