ଜଳେଶ୍ୱର : ଥମୁନି ଧଳା ଜହର କାରବାର । ଲକଡାଉନକୁ ବି ଖାତିର କରୁନାହାନ୍ତି ବ୍ରାଉନସୁଗାର ବେପାରୀ। ବେ ଫିକର ହୋଇ ଚଳାଉଛନ୍ତି ଧଳା ଜହର କାରବାର। ଯାହାଦ୍ବାରା ବାରମ୍ବାର ଧରାପଡୁଛନ୍ତି ପୋଲିସ୍ ହାବୁଡରେ।
ସୂଚନା ଅନୁଯାୟୀ, ପୁଣି ବସ୍ତିରୁ ଜବତ ହୋଇଛି ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶେଖବାର୍ଡ ବସ୍ତିରେ STF ଚଢାଉ କରି ୮ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିିଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଶେଖବାର୍ଡ ବସ୍ତିର ଶେଖ ନାସିମକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ।