Odia News Portal

୨୦ ଲକ୍ଷ ଟଙ୍କାର ରୂପା ଜବତ, ୩ଜଣ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରୁ ଆନ୍ଧ୍ରକୁ ରୂପା ଚାଲାଣ ବେଳେ ପୋଲି ହାତରେ ଧରାପଡ଼ିଛନ୍ତି ଚାଲାଣକାରୀ। ଓଡ଼ିଶା ପୋଲିସ ଠାରୁ ଖସି ଯାଇଥିବା ବେଳେ ଇଚ୍ଛାପୁରରେ ଆନ୍ଧ୍ର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି ତିନି ଜଣ ଅଭିଯୁକ୍ତି । ଏହି ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଇଚ୍ଛାପୁର ପୋଲିସ ୬୧ କେଜିର ରୂପା ଇଟା ଜବତ କରିଛି । ଗତକାଲି ବିଳମ୍ବିତ ରାତିରେ ଇଚ୍ଛାପୁର ଟାଉନ୍‌ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରମ୍‌ ଚେକ୍‌ପୋଷ୍ଟରେ ଗାଡ଼ି ଯାଞ୍ଚ ଚାଲିଥିଲା ।

ଏହି ସମୟରେ ଓଡ଼ିଶାରୁ ଯାଇଥିବା ଏକ କାର୍‌କୁ ଅଟକାଇଥିଲା ପୋଲିସ । ଗାଡ଼ି ଯାଞ୍ଚ ପରେ ଡ଼ିକିରୁ ୬୧କେଜି ରୂପା ଇଟା ଜବତ ହୋଇଥିଲା । ଗାଡ଼ିରେ ବସିଥିବା ଅଭିଯୁକ୍ତ ମାନେ ରୂପାଇଟାର କୌଣସି କାଗଜପତ୍ର କି ବିଲ୍ ପୋଲିସକୁ ଦେଖାଇପାରିନଥିଲେ । ଯାହାଫଳରେ ସନ୍ଦେହ ଜାତ ହେବା ସହିତ ଅଧିକ ଜେରା କରିବା ପରେ ସେହି ତିନି ଜଣ ଯୁବକ ବ୍ରହ୍ମପୁରରୁ ଆନ୍ଧ୍ରକୁ ଚାଲାଣ କରାଯାଉଥିବା ପୋଲିସକୁ କହିଥିଲେ ।

ଜବତ ରୂପା ଇଟାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏନେଇ ମଛଲିପଟନମ୍‌ର ପି.ସୁରୀ ବାବୁ, ଇଜାଦ୍‌ ଗୋବିନ୍ଦା ଏବଂ କାର୍‌ ଡ଼୍ରାଇଭର୍‌ ବି. ନରସିଂହମୁଲୁକୁ ଗିରଫ କରିଛି ଇଚ୍ଛାପୁର ପୋଲିସ । ଏନେଇ ଅଧିକା ତଦନ୍ତ ଜାରି ରଖିଛି ପୋଲିସ  ।