ପୁରୀ : ପୁରୀ ଜିଲ୍ଳା ସାତପଡ଼ାରେ ହେବ ଗଲ୍ଫ ରିସର୍ଟ । ଏନେଇ ପ୍ରଶାସନ ଜମି ଯୋଗାଇ ଦେବ। ମେ ଫେୟାର ହୋଟେଲ ଆଣ୍ଡ ରିସର୍ଟ ଲିମିଟେଡ୍ ଏହି ରିସର୍ଟ କରିବ। ଲ୍ୟାଣ୍ଡ ଆଲଟମେଣ୍ଡ କମିଟି ବୈଠକରେ ଏନେଇ ଇଡ୍କୋ ନିଷ୍ପତ୍ତି ନେଇଛି। ମୋଟ ୬ ପ୍ରକଳ୍ପକୁ ମଞ୍ଜୁରୀ ଭିତରେ ଏହା ଗୋଟିଏ ରହିଛି ।
ଏହି ପ୍ରକଳ୍ପ ନିମନ୍ତେ ସରକାର ଜମି ଯୋଗାଇ ଦେବେ। ଏହି ରିସର୍ଟ କରିବା ନିମନ୍ତେ ପ୍ରାୟ ୧୬ ଏକର ଜମି ଆବଶ୍ୟକ ପଡ଼ୁଥିବା ବେଳେ ଖର୍ଚ୍ଚ ଅଟକଳ ୧୨୫ କୋଟି ରହିଛି । ରିସର୍ଟରେ ଅତି ବିଳାସପୂର୍ଣ୍ଣ ୧୨୫ ରୁମ୍, ବୈଠକ ଘର, ଗଲ୍ଫ ଖେଳିବା ବ୍ୟବସ୍ଥା, ଇନ୍ଡୋର ୱାର୍ଟର ସ୍ପୋର୍ଟସ ବ୍ୟବସ୍ଥା, କ୍ରାଫ୍ଟ ଭିଲେଜ ଏବଂ ରେଷ୍ଟୁରାଣ୍ଟ ପ୍ରଭୃତି ହେବ ବୋଲି ଜଣାପଡ଼ିଛି। ଏହି ପ୍ରକଳ୍ପ ସ୍ଥାନୀୟ ଲୋକଙ୍କୁ କର୍ମସଂସ୍ଥାନ ଦେବାରେ ସହାୟକ ହେବ ବୋଲି ଆଲୋଚନା ହେଉଛି।