ବରଗଡ଼ : ଓଡିଶାରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । କିନ୍ତୁ ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଚାଲିଛି । ଏହିପ୍ରରିପେକ୍ଷୀରେ ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ବରଗଡ଼ ଜିଲ୍ଲାରୁ ମଧ୍ୟ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେଥି ମଧ୍ୟରୁ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାପରେ ଜିଲ୍ଲାପାଳଙ୍କ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଯାହାପରେ ଆକ୍ସନମୋଡରେ ଆସିଛି ଜିଲ୍ଲା ପ୍ରଶାସନ । ତୁରନ୍ତ ବରଗଡ଼ ଜିଲ୍ଲାପାଳ ଅଫିସକୁ ୭୨ଘଣ୍ଟା ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଲାପାଳ ୨୮ ତାରିଖରୁ ୩୦ତାରିଖ ଯାଏଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ଏହି କଟକଣା ସମୟରେ ଜିଲ୍ଲାପାଳଙ୍କ ଅଫିସକୁ ସାନିଟାଇଜ କରାଯିବା ସହ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବ ।