ମୁମ୍ବାଇ : ସାରା ଦେଶରେ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି। କମ୍ ହେଉନି କରୋନା ପ୍ରକୋପ। ମହାରାଷ୍ଟ୍ରରେ କରୋନା ସ୍ଥିତି ଖୁବ୍ ଖରାପ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ବୃହନମୁମ୍ବାଇ ନଗର ନିଗମ(ବିଏମ୍ସି) ଶନିବାର ଭାରତ ରତ୍ନରେ ସମ୍ମାନିତ ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକରଙ୍କ ବିଲ୍ଡିଂ ପ୍ରଭୁକୁଞ୍ଜକୁ ସିଲ୍ କରିଛି। ୯୦ ବର୍ଷୀୟା ଲତା ମଙ୍ଗେସକର ଏବେ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ଅଛନ୍ତି। ଏନେଇ ତାଙ୍କ ପରିବାରର ପକ୍ଷରୁ ସୂଚନା ଦିଆଯାଇଛି। ଲତାଙ୍କ ଘର ଦକ୍ଷିଣ ମୁମ୍ବାଇର ଚାବଲା ହିଲ୍ ଏରିଆରେ ରହିଛି।
ଲତା ମଙ୍ଗେସକରଙ୍କ ପରିବାର ଲୋକ ସୁତ୍ରରୁ କୁହାଯାଇଛି ଯେ, ସନ୍ଧ୍ୟାରୁ ଖୁବ୍ ଅନେକ ଗୁଡିଏ କଲ୍ ଆସିଥିଲା। ଲୋକମାନେ ପଚାରୁଥିଲେ କ’ଣ ପ୍ରଭୁକୁଞ୍ଜକୁ ସିଲ୍ କରି ଦିଆଯାଇଛି? ବିଲ୍ଡିଂ ସିଲ୍ କରିବାର ନିଷ୍ପତ୍ତି ପ୍ରଭୁକୁଞ୍ଜ ସୋସାଇଟି ଓ ବିଏମସି ଏକାଠି ନେଇଛନ୍ତି। କାରଣ ଏହି ବିଲ୍ଡିଂ ଅଧିକାଂଶ ବୟସ୍କ ଲୋକ ଅଛନ୍ତି। ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ବିଲ୍ଡିଂର ସମସ୍ତ ବୟସ୍କ ବ୍ୟକ୍ତି ସୁରକ୍ଷିତ ଅଛନ୍ତି।