Odia News Portal

ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର

ମୟୂରଭଞ୍ଜ : ଶିମିଳିପାଳରୁ ମୃତ ହାତୀ ଶାବକ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବନାଞ୍ଚଳର ଚହଲା ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗାଁ ନିକଟ ଇଲାକାରେ ହାତୀ ଶାବକର ମୃତଦେହ ଦେଖିବାକୁ ମିଳିଥିଲା।

ଯଶିପୁରରେ ଥିବା ଶିମିଳିପାଳ କାର୍ଯ୍ୟାଳୟରେ ଖବର ପହଁଞ୍ଚିବା ପରେ ରେଞ୍ଜ ଅଧିକାରୀ, ଏସିଏଫ୍‌ ପ୍ରମୁଖ ସଂପୃକ୍ତ ଅଞ୍ଚଳରେ ପହଁଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଶିଶୁ ହାତୀ ଛୁଆର ବୟସ ୨ ଓ ୩ ବର୍ଷ ହେବ।