Odia News Portal

ଆଜି ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ, କଟକର ସର୍ବାଧିକ ୬୫୦ ସୁସ୍ଥ

ଭୁବନେଶ୍ବର :  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ । ରାଜ୍ୟର ୨୯ ଜିଲ୍ଲାରୁ ଆଜି ୩୩୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିମଧ୍ୟରୁ କଟକର ସର୍ବାଧିକ ୬୫୦ ଆକ୍ରାନ୍ତ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ସୁସ୍ଥଙ୍କ ମଧ୍ୟରେ ଅଛନ୍ତି କଟକର ୬୫୦ ଜଣ, ଖୋର୍ଦ୍ଧାର ୪୯୩ ଜଣ, ଯାଜପୁରର ୨୧୩, ଗଞ୍ଜାମର ୨୦୯, ରାୟଗଡାର ୧୮୫, ସମ୍ବଲପୁରର ୧୭୨, କୋରାପୁଟର ୧୪୯,ପୁରୀର ୧୨୮, ନୟାଗଡର ୧୨୫, ମୟୂରଭଞ୍ଜର ୧୦୪, କେନ୍ଦୁଝରର ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିଭଳି ସୁନ୍ଦରଗଡର ୮୭, ଅନୁଗୁଳର ୮୦, ବାଲେଶ୍ବରର ୭୯, ମାଲକାନଗିରିର ୭୬,କନ୍ଧମାଳର ୫୫, ଭଦ୍ରକର ୪୯, ଜଗତସିଂହପୁରର ୪୯, ବଲାଙ୍ଗିରର ୪୭, ଗଜପତିର ୩୭,ବରଗଡର ୩୫, ନୂଆପଡାର ୩୫, ନବରଙ୍ଗପୁରର ୩୪,ଢେଙ୍କାନାଳର ୩୨,କେନ୍ଦ୍ରାପଡାର ୩୦,ସୋନପୁରର ୨୫, କଳାହାଣ୍ଡିର ୧୪, ଝାରସୁଗୁଡାର ୧୩, ଦେବଗଡର ୮ ଜଣ କରୋନା ଆକ୍ରାନ୍ତ କରୋନାରୁ ଆରୋଗ୍ୟ ହୋଇଛନ୍ତି ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କୁ  ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୮୪୦୭୩ରେ  ପହଞ୍ଚିଛି।