Odia News Portal

ଭୁବନେଶ୍ୱର ଉପକଣ୍ଠରୁ ହରିଣ ମାଂସ ଜବତ, ୧୧ ଗିରଫ

ଭୁବନେଶ୍ୱର :  ଭୁବନେଶ୍ୱର ଉପକଣ୍ଠରେ ଅବାଧରେ ଚାଲିଛି ହରିଣ ଶିକାର। ଆଜି ଏହି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ। ଏହି ମାମଲାରେ ଦୁଇ ଶିକାରୀଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୁଲିସ।

ଗତକାଲି ଚନ୍ଦକା ଅଭୟାରଣ୍ୟରେ ହରିଣ ଶିକାର କରି ଭାଗ ବଣ୍ଟା କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇଁ ବନ ବିଭାଗ ଓ କମିଶନରେଟ୍‌ ପୁଲିସ ଅଚାନକ ଜଙ୍ଗଲରେ ଚଢ଼ଉ କରିଥିଲା। ବନ ବିଭାଗ ଓ ପୁଲିସ ସେଠାରୁ ଦୁଇ ଶିକାରୀଙ୍କ ସମେତ ୯ ମାଂସ କ୍ରେତାଙ୍କୁ ଗିରଫ କରିଥିଲା। ଏହାଛଡ଼ା ଗୋଟିଏ ଦେଶୀ ବନ୍ଧୁକ, ହରିଣ ଛାଲ ଓ ମାଂସ ପୁଡ଼ିଆ ଜବତ କରିଥିଲା।

ଅଭିଯୋଗରୁ ପ୍ରକାଶ, ଏହି ଅଭୟାରଣ୍ୟରେ ଦୀର୍ଘଦିନ ଧରି ହରିଣ ଶିକାର କରାଯାଉଥିଲା। ଶିକାରୀମାନେ ହରିଣ ଶିକାର କରି ମାଂସକୁ ଫ୍ରିଜ୍‌ରେ ରଖି ପରବର୍ତ୍ତୀ ସମୟରେ ଲୋକ ଦେଖି ବିକ୍ରି କରନ୍ତି। ଏହାଛଡ଼ା ହରିଶ ଛାଲକୁ ଅଧିକ ଦରରେ ବିକ୍ରି କରାଯାଉଛି।