Odia News Portal

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ବାଲେଶ୍ୱର() ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱର ସଦର ପାଇଁ ଶ୍ରୀ ସ୍ୱରୂପ କୁମାର ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ତିର୍ତ୍ତୋଲରୁ ବିଜେଡି ପକ୍ଷରୁ ଲଢିବେ ବିଜୟ ଶଙ୍କର ଦାସ । ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ହେଉଛନ୍ତି ବିଜୟ ଶଙ୍କର ଦାସ । ୨ ପ୍ରାର୍ଥୀଙ୍କ ନାଁରେ ଆଜି ମୋହର ମାରିଛନ୍ତି ବିଜେଡଢି ସୁପ୍ରିମୋ ନବୀନ ପଟ୍ଟନାୟକ ।