ସୁପରଷ୍ଟାର ରଜନୀକାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ବିଗିଡି ଯିବା ଯୋଗୁଁ ତାଙ୍କୁ ହାଇଦ୍ରାବାଦର ଆପୋଲ ହସ୍ପିଟାଲରରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ରକ୍ତଚାପ ବାରମ୍ବାର କମିବା ଓ ବଢ଼ିଯିବା ଫଳରେ ସେ ଅସୁସ୍ଥ ହୋଇପଡିଥିଲେ । ଏବେ ରଜନୀକାନ୍ତ ତାଙ୍କର ନୂଆ ଫିଲ୍ମ ‘ଅନାଥେ’ର ସୁଟିଂ ପାଇଁ ୧୦ ଦିନ ହେଲା ହାଇଦ୍ରାବାଦରେ ଅବସ୍ଥାନ କରୁଛନ୍ତି । ହେଲେ ସେଠାରେ ତାଙ୍କ ସହିତ କାମ କରୁଥିବା ୮ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ଚଳଚିତ୍ରର ସମସ୍ତ କାର୍ଯ୍ୟ ଏବେ ବନ୍ଦ ରହିଛି ।
ତେବେ ରଜନୀକାନ୍ତ ଚିକିତ୍ସିତ ହେଉଥିବା ହାଇଦ୍ରାବାଦର ଆପୋଲ ହସ୍ପିଟାଲରର ଜଣେ ଡାକ୍ତର କହିଛନ୍ତି କି ରାଜନୀକାନ୍ତଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଉ ନାହିଁ । ହେଲେ ତାଙ୍କ ରକ୍ତଚାପରେ ପରିବର୍ତ୍ତନ ହେଉଛି । ଏହି କାରଣରୁ ତାଙ୍କୁ ମେଡିକାଲରେ ଆଡମିଟ କରାଯାଇଛି । ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । କୋଭିଡ୍ ଆଶଙ୍କାରେ ଗତ ୨୨ ତାରିଖ ଦିନ ରଜନୀକାନ୍ତ ତାଙ୍କର କୋଭିଡ୍ ପରୀକ୍ଷା କରାଇଥିଲେ। ରିପୋର୍ଟ ନେଗେଟିଭ୍ ଆସିବା ପରେ ମଧ୍ୟ ସେ ନିଜକୁ ଆସୋଲେସନରେ ରଖିଥିଲେ। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ। ତାଙ୍କ ଶରୀରରେ କୋଭିଡ୍ର କୌଣସି ଲକ୍ଷଣ ନଥିଲେ ମଧ୍ୟ ତାଙ୍କ ରକ୍ତଚାପ ବାରମ୍ବାର ଅସ୍ଥିର ରହୁଥିଲା। ତେଣୁ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରକ୍ତଚାପ କମିବା ସହ ସ୍ଥିତି ସାଧାରଣ ଅବସ୍ଥାକୁ ଆସିଲେ, ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ରକ୍ତଚାପ ବ୍ୟତୀତ ଅଭିନେତା ରଜନୀକାନ୍ତଙ୍କର ଅନ୍ୟ ସେପରି ସ୍ୱାସ୍ଥ୍ୟଜନିତ ସମସ୍ୟା ନଥିବା ଆପଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି।
