ଭୁବନେଶ୍ୱର:ରାତି ପାହିଲେ ଆଲୋକର ପର୍ବ ଦୀପାବଳି।ଛୁଆ ଠୁ ବଡ଼ ସମସ୍ତଙ୍କ ମନରେ ଉତ୍ସାହ। ମୁରୁଜ ପକାଇ ଦୀପ ଲଗାଇ, କାଉଁରିଆ କାଠି ଜାଳି ବଡ଼ବଡୁଆଙ୍କୁ ମନେପକାଇବା ସହିତ ସେମାନଙ୍କୁ ଶ୍ରଦ୍ଧା ନିବେଦନ କରିବାର।ତା ସହିତ ଘରେ ମା ଲକ୍ଷ୍ମୀଙ୍କ ଆବହାନ ପୂର୍ବକ ଘରକୁ ଚତୁର୍ପାଶ୍ୱରେ ଆଲୁଅରେ ସଜ୍ଜିତ କରିବାର ପରମ୍ପରା ଭାରତୀୟ ସମାଜରେ ରହିଆସିଛି।
ପ୍ରଗତିଶୀଳ ଭାରତୀୟ ସମାଜରେ ଏବେ ପରମ୍ପରା ଓ ସଂସ୍କୃତି ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ବେଳେ ଲୋକମାନେ ସୁବିଧାବାଦୀ ହେବାର ଦେଖାଯାଉଛି।ମାଟି ଦୀପ ଲଗାଇ ସେଥିରେ ତେଲ ଦେଇ ତା ପାଖେ ପାଖେ ରହି କଷ୍ଟ କରିବା ଅପେକ୍ଷା ସହଜରେ ସ୍ୱଳ୍ପ ମୂଲ୍ୟରେ ମିଳୁଥିବା ବିଭିନ୍ନ ପ୍ରକାର ଲିଚୁ ଲାଇଟ,ମହମବତୀ ଆଦି ଜଳାଇ ଘର ସଜାଇ ବାକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି।ଯେଉଁଥି ପାଇଁ ଗାଁ ରୁ ସହରକୁ କାଉଁରିଆ କାଠି,ଦୀପ ତେଲ ଆଦି ବିକ୍ରି କରିବାକୁ ଆସିଥିବା ଲୋକ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି। ଯାହାଫଳରେ ପାରମ୍ପରିକ ମାଟି ଦୀପ ର ବେପାର କମିବା କାରଣରୁ ଅନେକ ପରିବାର ଏହା ପାଇଁ ନିଜ ବୃତି ହରାଉଥିବା ଦେଖିବାକୁ ମିଳୁଛି।
ଅନ୍ୟପକ୍ଷରେ ବଜାରରେ ଲିଚୁ ମାଳ ଓ ଅନ୍ୟାନ୍ୟ ଫାନ୍ସି ଲାଇଟ କିଣିବାକୁ ଲୋକଙ୍କ ଉତ୍କଣ୍ଠା ଅଧିକ ଦେଖିବାକୁ ମିଳିଛି।ଯେଉଁଥି ପାଇଁ ଗତବର୍ଷ ଅପେକ୍ଷା ଭଲ ଦି ପଇସା ରୋଜଗାର ହୋଇଥିବା କହିଛନ୍ତି ଏହି ବ୍ୟବସାୟୀ।
Sign in
Sign in
Recover your password.
A password will be e-mailed to you.