ବିମୁଦ୍ରାକରଣକୁ ଏହାରି ଭିତରେ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ମୋଦି ସରକାର ଯେଉଁସବୁ ପ୍ରତିଶ୍ରୁତି ଦେଇଥିଲେ, କୌଣସି ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇ ନାହାଁନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ମୁମ୍ବାଇ,ଦିଲ୍ଲୀ, ଚଣ୍ଡୀଗଡ଼, ହରିୟାଣା ଓ ଅନେକ ବଡ଼ ସହରରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଛତିଶଗଡ଼ରେ ରାଲିରେ ସମ୍ବୋଧିତ କରିବେ, ଏପରିସ୍ଥଳେ ସେ ବିମୁଦାକରଣ ନେଇ ସରକାରଙ୍କୁ ଘେରି ପାରନ୍ତି ।
ଏପଟେ ଆଜି ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ୍ ଆଗରେ ରାଜ୍ୟ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଯେଉଁ ଧାରଣା ଦିଆଯାଉଛି, ଏଥିରେ ରାଜ୍ୟ କଂଗ୍ରେସର ବହୁ ତୁଙ୍ଗ ନେତା ସାମିଲ ହୋଇଛନ୍ତି । କଂଗ୍ରେସ ଅଭିଯୋଗ କରିଛି-ମୋଦି ସରକାରଙ୍କ ଭୁଲ ନିଷ୍ପତି ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଭୁଷୁଡି ଯାଇଛି ।