Odia News Portal

ମହାନଦୀ ସହ ଆଉ ୩ ନଦୀ କୂଳରେ ହେବ ବୃକ୍ଷ ରୋପଣ

ଭୁବନେଶ୍ୱର–ରାଜ୍ୟର ସବୁ ପୌରାଂଚଳ ଗୁଡିକୁ ଏଲଇଡି ଲାଇଟରେ ସୁସଜ୍ଜିତ କରାଯିବ ବୋଲି ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳରେ ନିଷ୍ପତି ଗ୍ରହଣ କରାଯାଇଛି । ଏ ବାବଦରେ ରାଜ୍ୟ ସରକାର ୨୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ମଂଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ ଆହୁରି ନିଷ୍ପତି ହୋଇଛି ଯେ ମହାନଦୀ ଭଳି ବ୍ରାହ୍ମୁଣୀ , ବୈତରଣୀ ଓ ରୁଷିକୁଲ୍ୟା ନଦୀକୂଳରେ ଏକ କିଲୋମିଟର ଚଉଡାରେ ବ୍ୟାପକ ବୃକ୍ଷ ରୋପଣ କରାଯିବ । ଏବାବଦରେ ୪୪୫କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭବାନୀପାଟଣା ମେଡିକାଲ କଲେଜ ପାଇଁ ୨୨୦କୋଟି ଟଙ୍କାର ବ୍ୟୟବରାଦକୁ ରାଜ୍ୟ ମନ୍ତ୍ରୀ ମଣ୍ଡଳ ମଂଜୁରି ଦେଇଛନ୍ତି । ସେହିପରି କଟକ ଶିଶୁଭବନ କୋଠା ନିର୍ମାଣ ପାଇଁ ୧୧୭ କୋଟି ଟଙ୍କାର ଅର୍ଥ ମଂଜୁର କରାଯାଇଛି ।
ମହାନଦୀ ସମେତ ଅନ୍ୟ ଯେଉଁ ୩ଟି ନଦୀକୂଳରେ ବୃକ୍ଷ ରୋପଣ କରାଯିବ ସେଥିପାଇଁ ପ୍ରତି ଜିଲ୍ଲା ସ୍ତରରେ ଗ୍ରିନ ମହାନଦୀ ମିଶନ ଗଠନ କରାଯିବ ଏବଂ ସପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହାର ମୁଖ୍ୟ ରହିବେ । ଯେଉଁ ପୌରାଂଚଳ ମାନଙ୍କରେ ମାନୁଆଲ ଲାଇଟ ବ୍ୟବସ୍ଥା କରାଯାଇଛି ତାହାକୁ ତୁରନ୍ତ ବଦଳାଯାଇ ସେସବୁ ସ୍ଥାନରେ ଏଲଇଡି ଲାଇଟ ଲଗାଯିବ ।