Odia News Portal

ପଦ୍ମ ଧରିବେ ଆପରାଜିତା

ଭୁବନେଶ୍ଵର (): କେନ୍ଦ୍ରୀୟ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିବା ଅପରାଜିତା ଷଡ଼ଙ୍ଗୀ ଆସନ୍ତା 27 ତାରିଖରେ ଦିଲ୍ଲୀରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିବେ । ଦଳର ସଭାପତି ଅମିତ ଶାହଙ୍କ ଉପସ୍ଥିତିରେ ଏଥିପାଇଁ ଏକ ସ୍ଵତନ୍ତ୍ର ଆୟୋଜନ କରାଯାଇଛି। ଡିସେମ୍ବର ୧ ତାରିଖରେ ଭୁବନେଶ୍ଵର ଫେରିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜଣାପଡିଛି ।

ଆଜି ସେ ଟ୍ୱିଟ କରି କହିଛନ୍ତି ଯେ, ସେ ଏକ ସ୍ଥାୟୀ ଗ୍ରହ ଭଳି ବଞ୍ଚିବାକୁ ଚାହାଁନ୍ତିନି । ସେ ଏକ ବିଶାଳ ଉଲକା ଭଳି ନିଜ ମଧ୍ୟରେ ଥିବା ସବୁ ପରମାଣିକ ଶକ୍ତି ସହ ଉଜ୍ବଳ ହୋଇ ବଞ୍ଚାବାକୁ ପସନ୍ଦ କରନ୍ତି । ଏଥିସହ ସେ କହିଛନ୍ତି ଯେ, ପ୍ରତ୍ୟେକ ମଣିଷ  କେବଳ ନିଜ ଅସ୍ତିତ୍ବ ପାଇଁ ନୁହଁ ବଞ୍ଚିବାକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିସହ ସେ ମାନବ କଲ୍ୟାଣ ପାଇଁ ନିଜକୁ ନିୟୋଜିତ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ।

ଅଗଷ୍ଟ ୧୫ ତାରିଖଦିନ ସେ କେନ୍ଦ୍ରୀୟ ଡେପ୍ୟୁଟେସନ୍‌ରୁ ଫେରିଥିଲେ।  କୌଣସି ନିର୍ଦ୍ଦିଷ୍ଟ ଦାୟିତ୍ୱ ତାଙ୍କୁ ମିଳିବା ପୂର୍ବରୁ ସେ ଯୋଗଦେବା ଦିନ ହିଁ ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ। ଏହାପରେ ସେ ରାଜନୀତିରେ ଯୋଗ ଦେବେ ବୋଲି ଚର୍ଚା ଆରମ୍ଭ ହୋଇଥିଲା। ସେ ଟ୍ବିଟ୍‌ କରି ଜନସାଧାରଣଙ୍କ ସେବା କରିବେ ବୋଲି ପାଖାପାଖି ସ୍ପଷ୍ଟ କରିଥିଲେ। ଏଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଏହାକୁ ନେଇ ତାଙ୍କ ରାଜନୀତିକ ଲକ୍ଷ୍ୟ ସ୍ପଷ୍ଟ ହୋଇଥିଲା।

୨୭ ତାରିଖ ଯୋଗଦାନ ପର୍ବ ପରେ ତାଙ୍କର ପ୍ରତ୍ୟକ୍ଷ ରାଜନୀତିକ ଇନିଂସ ଆରମ୍ଭ ହେବ। ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ମଧ୍‌ୟ କେହି କେହି ଆଶା ପଶେଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ସେ ସେ ବିଜେପି ପକ୍ଷରୁ ଲଢ଼ିପାରନ୍ତି ବୋଲି ଚର୍ଚା ହେଉଛି। ଆଉ କେହି ସେ ଭୁବନେଶ୍ଵର ଆସନରୁ ସାଂସଦ ପଦ ପାଇଁ ଲଢ଼ିପାରନ୍ତି ବୋଲି ଚର୍ଚା କରୁଛନ୍ତି। ହେଲେ ଏ ବିଷୟରେ ଆଗକୁ ସ୍ପଷ୍ଟ ହେବ।