Odia News Portal

ପୌରବାସୀଙ୍କ ପାଇଁ ୫୦୦ ପାନୀୟ ଜଳ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀ ଠାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ଉଦଘାଟନ ସହିତ ୯୫ଟି ପୌରାଂଚଳ ପାଇଁ ୫୦୦ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ପୌରାଂଚଳରେ ବାସ କରୁଥିବା ୩୩ଲକ୍ଷ ଲୋକ ଉପକୃତ ହେବେ ଏବଂ ପାନୀୟ ଜଳ କଷ୍ଟରୁ ମୁକ୍ତି ପାଇବେ ।
ବସୁଧା ଯୋଜନା ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପକୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ , ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ୨୦୧୪ ରେ ଏଥିପାଇଁ ୧୯୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ୨୦୧୮ରେ ଏହା ୨୦ ଗୁଣା ବୃଦ୍ଧି ପାଇଛି । ପାନୀୟ ଜଳ ଯୋଗାଣା ପାଇଁ ମୋଟ ୩ ହଜାର ୫୯୬ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ଦ୍ୱାରା ୭୦ ଳକ୍ଷ ସହରାଚଂଳ ଲୋକ ଉପକୃତ ହେଉଛନ୍ତି ।
ତେବେ ଆଜି ୯୫ ପୌରାଞ୍ଚଳ ପାଇଁ ୫୦୦ ଜଳ ପ୍ରକଳ୍ପର ଲୋକାର୍ପିତ ହୋଇଛି । ଏଥିପାଇଁ ମୋଟ୍ ୪୦୮ କୋଟି ଟଙ୍କା ବ୍ୟବୟବରାଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପିପିପି ମୋଡରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା କରାଯାଇଛି । ତେବେ ଏହି ପ୍ରକଳ୍ପ ଦ୍ୱାରା ୯୫ ସହରର ୩୩ ଲକ୍ଷ ଲୋକ ଉପକୃତ ହେବେ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସହରାଞ୍ଚଳରେ ସବୁ ଲୋକଙ୍କ ଘରେ ଜଳ ଯୋଗାଣ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବଂ ଏଥିପାଇଁ ପାଇପ୍ ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯାଉଛି । ଯେଉଁଥି ପାଇଁ ଗତ ବଜେଟରେ ୨୦୦ରୁ ୩୫୦୦ କୋଟିକୁ ବୃଦ୍ଧି ହୋଇଛି ।