ହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍ଶିପ୍ରେ ବହୁଚର୍ଚ୍ଚିତ ଭାରତୀୟ ବକ୍ସିଂ ତାରକା ମ୍ୟାରୀ କମ୍ ନିଜର ଷଷ୍ଠ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୪୫-୪୮ କିଲୋଗ୍ରାମ୍ ବର୍ଗରେ ୟୁକ୍ରେନ୍ର ହାନ୍ନା ୱଖାଟାଙ୍କୁ ୫-୦ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି।
ଶନିବାର ନୂଆଦିଲ୍ଲୀର କେଡି ଯାଦବ ଇନ୍ଡୋର ଷ୍ଟାଡିୟମ୍ଠାରେ ଏହି ସଫଳତା ହାସଲ କରିଥିବା ମ୍ୟାରୀ ବିଶ୍ୱ ଚାମ୍ପିୟନ୍ଶିପ୍ରେ ଶ୍ରେଷ୍ଠ ବକ୍ସିଂ ତାରକାର ମାନ୍ୟତା ହାସଲ କରିପାରିଛନ୍ତି। ସେ ପୂର୍ବରୁ ୫ ଥର ସ୍ୱର୍ଣ୍ଣ ଜିତି ଉତ୍ତର ଆୟରଲ୍ୟାଣ୍ଡର କେଟି ଟେଲରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ।
୨୦୦୨ ମାସରେ ପ୍ରଥମ ଥର ପାଇଁ ସେ ମହିଳା ବିଶ୍ୱ ଚାମ୍ପିୟନ୍ଶିପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ। ଏହାପରେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ ମସିହାରେ ମଧ୍ୟ ସମାନ ସଫଳତା ହାସଲ କରିଥିଲେ। ୨୦୦୨ ସଂସ୍କରଣ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ବର୍ତ୍ତମାନ ସେ ଏକମାତ୍ର ଖେଳାଳି ଯେକି ଖେଳ ଜାରି ରଖିଛନ୍ତି। ଏହି ସଫଳତା ବ୍ୟତୀତ ସେ ଅଲମ୍ପିକ୍ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏବଂ ୫ଥର ଏସିଆନ୍ ଚାମ୍ପିୟନ୍ ହୋଇଛନ୍ତି। ୩ଟି ଛୁଆର ମା’ ମ୍ୟାରୀ କମ୍ଙ୍କ ଜୀବନୀ ଉପରେ ପୂର୍ବରୁ ଏକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି।
Sign in
Sign in
Recover your password.
A password will be e-mailed to you.
