Odia News Portal

ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଅଧିକ ଅନୁସନ୍ଧାନ ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ବୋଲି ସେନାର ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲ ଅ ।ଜି କହିଛି ।

ଶୁକ୍ରବାର ସକାଳେ ଛାତିରେ ଅସୁବିଧା ହେବା ପରେ ରାଷ୍ଟ୍ରପତି ସାମରିକ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ରହିଛି । ତାଙ୍କୁ ଅଧିକ ଅନୁସନ୍ଧାନ ପାଇଁ ଦିଲ୍ଲୀର ଏଅ ।ଇଏମଏସ (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ) କୁ ପଠାଯାଉଛି ବୋଲି ଡାକ୍ତରଖାନା ଏକ ମେଡିକାଲ ବୁଲେଟିନରେ କହିଛି ।
ଶୁକ୍ରବାର ସକାଳେ ଛାତି ଅସ୍ୱାଭାବିକ ହେବା ପରେ ଭାରତର ରାଷ୍ଟ୍ରପତି ଅ ।ର୍ମି ହସ୍ପିଟାଲ (ଅ ।ର ଅ ।ଣ୍ଡ ଅ ।ର) ଭର୍ତ୍ତି ହୋଇଥିଲେ । ଡାକ୍ତରମାନେ ତାଙ୍କର ନିୟମିତ ଯାଞ୍ଚ କରୁଛନ୍ତି ଏବଂ ନଜରରେ ଅଛନ୍ତି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଦିନ କହିଛି ।