Odia News Portal

ହୋଲିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆଜି ରଙ୍ଗର ଉତ୍ସବ ହୋଲି । ଏହି ଉପଲକ୍ଷେ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ହୋଲି ହେଉଛି ଆନନ୍ଦ ଓ ସାମାଜିକ ସଦ୍‌ଭାବନାର ଉତ୍ସବ।

ଟୁଇଟ୍‌ କରି ରାଷ୍ଟ୍ରପତି ଲେଖିଛନ୍ତି, ହୋଲି ଉପଲକ୍ଷେ ସମସ୍ତ ନାଗରିକ ବନ୍ଧୁଙ୍କୁ ଅଭିନନ୍ଦନ। ରଙ୍ଗର ଉତ୍ସବ ହୋଲି ହେଉଛି ଜନତାଙ୍କ ଜୀବନରେ ଆନନ୍ଦ, ପୁଲକ ଓ ଆଶା ସଞ୍ଚାର କରୁଥିବା ସାମାଜିକ ସଦ୍‌ଭାବନାର ଉତ୍ସବ। ଆମ ସାଂସ୍କୃତିକ ବିବିଧତାର ଅବିଚ୍ଛେଦ୍ୟ ବିଭବ ଜାତୀୟତାର ଉଚ୍ଛ୍ୱାସକୁ ଏହି ଉତ୍ସବ ଆହୁରି ସୁଦୃଢ଼ କରୁ।