Odia News Portal

ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଭଏସ ଥିବା “ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ରିଲିଜ୍

.ରାଜଭବନରେ ରାଜ୍ୟପାଳ କଲେ ଉନ୍ମୋଚନ
.ଗୀତକୁ ମିଳୁଛି ରାଜ୍ୟବାସୀଙ୍କ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶା ଦିବସ ଅବସରରେ ଏକ ଦେଶାତ୍ମବୋଧକ ସଂଗୀତ “ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଅ।’ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି । ବସନ୍ତରାଜ ସାମଲଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦେଶକ । ଏହି ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ କଣ୍ଠଦାନ କରିଛନ୍ତି ।

ହୁ୍ମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ, ଅ।ଶୁତୋଷ ମହାନ୍ତି, ଶ୍ରୀଚରଣ ମହାନ୍ତି, ସବିଶେଷ ମିଶ୍ର, ଶଶାଙ୍କ ଶେଖର, ପ୍ରଜ୍ଞା ପ୍ରସ୍ମିତା ହୋତା, ବିଶ୍ୱଜିତ ମହାପାତ୍ର, ଦେବକୃପା ମିଶ୍ର, ଅଳକା ଅଭିଲେଖା, ସମୀକ୍ଷା ମିଶ୍ର, ଲୋପାମୁଦ୍ରା ଦାଶ, ଶ୍ରୀୟା ମିଶ୍ର ଓ ସୋନମ ଦାଶ ପ୍ରମୁଖ ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଏଥିରେ ଗୀତ ଗାଇଛନ୍ତି । ଜୟା ବିଶ୍ୱାସଙ୍କ ନିଦେ୍ର୍ଦଶନାରେ ଗୀତଟିର ଚିତ୍ରାୟନ କରାଯାଇଛି ଯେଉଁଥିରେ ଓଡ଼ିଶାର ସଂପଦ ଓ ସୌନ୍ଦର୍ଯ୍ୟକୁ ଉପସ୍ଥାପନ କରାଯାଇଛି । ରାଜ୍ୟପାଳ ପ୍ରଫେସର ଲାଲ ଏଭଳି ମହତ ପ୍ରୟାସର ଭୂୟସୀ ପ୍ରଶଂସା କରିବା ସହିତ ଏହାର ସଫଳ ନିର୍ମାଣରେ ସଂପୃକ୍ତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଉନ୍ମୋଚନ ଉତ୍ସବରେ ରାଜ୍ୟପାଳଙ୍କ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ଥିଲେ ।