Odia News Portal

ପଣାସଂକ୍ରାନ୍ତିରେ ମାନନ୍ତୁ କଟକଣା

ଭୁବନେଶ୍ୱର : ଆଜି ପଣାସଂକ୍ରାନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସାଧାରଣ ସ୍ଥାନରେ ପଣା ସଂକ୍ରାନ୍ତି ପାଳନକୁ ବାରଣ କରାଯାଇଛି । ସେହିପରି ରମଜାନ୍ ପାଳନ ପାଇଁ କଟକଣା ଲାଗୁ କରିଛି ବିଏମସି  ।
ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ବାରଣ କରାଯାଇଛି । କେବଳ ପୂଜକମାନେ ପୂଜାର୍ଚ୍ଚନା କରିପାରିବେ । କିନ୍ତୁ ମନ୍ଦିରରେ ପଣା ପିଇବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଠିକ୍ ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିଦେ୍ର୍ଦଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପଣାସଂକ୍ରାନ୍ତି ପାଳନକୁ ମନା କରାଯାଇଛି ବୋଲି ବିଏମସି କମିଶନର୍ କହିଛନ୍ତି ।
ଅପରପକ୍ଷରେ ମୁସଲମାନ ସମ୍ପ୍ରଦାୟଙ୍କ ରମଜାନ ମାସ ଆରମ୍ଭ ହେଉଛି । ଶୁକ୍ରବାର ଦିନ ହେଉଥିବା ନମାଜ ପାଠ କିପରି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ପୂର୍ବକ ହୋଇପାରିବ ଏବଂ ସ୍ଥାନକୁ ଦୃଷ୍ଟିରେ ରଖି ୫୦%  ଲୋକଙ୍କୁ ନେଇ ନମାଜ ପାଠ ଆୟୋଜନ କରିବାକୁ ଆୟୋଜକଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।