Odia News Portal

ଔଷଧ କଳାବଜାରି ରୋକିବ ୨୩ ଫ୍ଲାଇଂ ସ୍କ୍ୱାଡ୍

*କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ |
*ଅନ୍ୟ ସବୁ ଜିଲ୍ଲା ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ |

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ଔଷଧ କଳାବଜାରି ରୋକିବ ୨୩ ଫ୍ଲାଇଂ ସ୍କ୍ୱାଡ୍ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । କୋଭିଡ୍ ଔଷଧ ଓ ଚିକିତ୍ସା ଉପକରଣ କଳାବଜାରି ରୋକିବାକୁ ପ୍ରୟାସ । କରୋନା ସମୟରେ କଳାବଜାରୀ ରୋକିବା ଉପରେ ପୋଲିସର ତୀକ୍ଷଣ ନଜର ରହିବ । ଏନେଇ ପୋଲିସ ଡିଜିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।

କଳାବଜାରୀ ରୋକିବାକୁ କମିଟି ଗଠନ କରାଯାଇଛି ।କଟକ ଓ ଭୁବନେଶ୍ୱର ପାଇଁ ୭ଟି ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି । ଅନ୍ୟ ସବୁ ଜିଲ୍ଲା ପାଇଁ ୧୫ଟି ଫ୍ଲାଇଂ ସ୍କ୍ୱାଡ୍ ନିୟୋଜିତ ହେବେ । ମେଡିସିନ ଷ୍ଟକିଷ୍ଟ, ଯୋଗାଣ, ପ୍ରସ୍ତୁତକାରୀ କମ୍ପାନୀର ବୈଧ୍ୟତା ଯାଞ୍ଚ କରାଯିବ । ଜିଲ୍ଲା ସ୍ତରରେ ଏହି ସବୁ କାର୍ଯ୍ୟ ଏସପି ଡିଆଇଜି ତଦାରଖ କରିବେ । ଟ୍ଵିନ୍ ସିଟି ଦାୟିତ୍ୱରେ ଏସଟିଏଫ, ଡିଆଇଜି, କ୍ରାଇମବ୍ରାଞ୍ଚ ଆଇଜି, ଡ୍ରଗ୍ସ କଣ୍ଟ୍ରୋଲର ଓ ପୋଲିସ କମିଶନରଙ୍କ ଅଫିସର ବରିଷ୍ଠ ପୋଲିସ ଅଧିକାରୀ ରହିବେ ।

ଔଷଧ ବିତରଣ, ବିକ୍ରି ଓ ବୈଧତା ନଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାହାର ରାଜ୍ୟରେ ମେଡିସିନ କଳାବଜାରୀ ପରେ ଏହି ପଦକ୍ଷେପ ନେଇଛି ରାଜ୍ୟ ପୋଲିସ । କଳାବଜାରି ନେଇ ସୂଚନା ମିଳିଲେ କ୍ରିମିନାଲ ଆଇନ ଅନୁସାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ୨୩ଟି ସ୍କ୍ୱାଡ ଗଠନ ହୋଇଛି, ସବୁଦିନ ମନିଟରିଂ ହେବ ।