Odia News Portal

ଢେଙ୍କାନାଳ ଲଜ୍ୟା: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣଦୁଷ୍କର୍ମ

ଢେଙ୍କାନାଳ: ୭୦ବର୍ଷର ବୃଦ୍ଧାଙ୍କ ସହ ଗଣ ଦୁଷ୍କର୍ମ ଅଭିଯୋଗ । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିବା ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଚେତ ଅବସ୍ଥାରେ ବୃଦ୍ଧାଙ୍କୁ ପକାଇ ଦୁଷ୍କର୍ମକାରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ପୀଡିତା ବୃଦ୍ଧାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣାରେ ମୁଖ୍ୟ ଡାକ୍ତରଖାନାର ଦୁଇ ଠିକା କର୍ମଚାରୀଙ୍କୁ ଅଟକ ରଖି ପୋଲିସ ଛାନଭିନ ଜାରି ରଖିଛି । ପୀଡିତା ବୃଦ୍ଧା ନିଜ ନାତୁଣୀଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଥିଲେ । ପୀଡିତା ବୃଦ୍ଧା ଜଣଙ୍କ ଢେଙ୍କାନାଳର ଗଁନ୍ଦିଆ ଥାନା ଅଞ୍ଚଳର ବୋଲି ଜଣାପଡିଛି ।