ଭୁବନେଶ୍ୱର () ଅଭିଜିତ ଆୟାର ମିତ୍ରଙ୍କୁ ରାଜ୍ୟ ସରକାର କ୍ଷମା କରିବା ଏବଂ ତାଙ୍କ ବିରୋଧରେ ମାମଲା ପ୍ରତ୍ୟାହାର କରିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିଶାଳ ଓ ମହାନ ହୃଦୟର ପରିଚୟ । ଏକଥା ଖୋଦ ଅଭିଜିତଙ୍କ ଓକିଲ ତଥା ବିଶିଷ୍ଟ ଆଇନଜୀବୀ ସୁବ୍ରମଣୀୟମ ସ୍ୱାମୀ କହିଛନ୍ତି ।
ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଅଭିଜିତଙ୍କ ଓକିଲଙ୍କୁ ସେ ଜେଲରେ ସୁରକ୍ଷିତ ବୋଲି କହିଥିଲେ । ସୁବ୍ରମଣୀୟମ ଟ୍ୱିଟ କରି ମୁଖ୍ୟମନ୍ତ୍ରୀଙ୍କୁ ପ୍ରସଂଶା କରିବା ସହ ଓଡିଶା ବିଧାନସଭାର ବିଜ୍ଞତାକୁ ପ୍ରସଂଶା କରିଛନ୍ତି । ଅଭିଜିତ ମଧ୍ୟ ଏହି ଘଟଣାରୁ ଶିକ୍ଷା କରିବା ଉଚିତ।