ସ୍ବାଧିକାର ବ୍ୟୁରୋ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ଉତ୍ତର ପ୍ରଦେଶ ସରକାରରେ ମନ୍ତ୍ରୀ ଥିବା ବିଜୟ କଶ୍ୟପ। ସେ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ମୁଜାଫରନଗରର ଛରଥୱାଲ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ୫୬ ବର୍ଷୀୟ କଶ୍ୟପ କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି।
ସବୁଠାରୁ ଦୁଃଖର କଥା ହେଉଛି, ସେ ଉତ୍ତର ପ୍ରଦେଶର ତୃତୀୟ କାର୍ଯ୍ୟରତ ମନ୍ତ୍ରୀ ଯିଏ କରୋନାରେ ଆଖି ବୁଜିଛନ୍ତି। ଗତବର୍ଷ ମନ୍ତ୍ରୀ କମଲ ରାଣୀ ବରୁଣ ଓ ଚେତନ ଚୌହାନ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହିପରି ରାଜ୍ୟର ୫ମ ବିଧାୟକ ଭାବେ ବିଜୟଙ୍କ କରୋନାରେ ଦେହାନ୍ତ ହୋଇଛି।