Odia News Portal

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଲେ କଂଗ୍ରେସ ନେତା ଜିତେନ୍ ପ୍ରସାଦ । ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ସାମିଲ ହୋଇଛି । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଜି ଜିତୀନ ପ୍ରସାଦଙ୍କୁ ବିଜେପିରେ ସାମିଲ କରାଇଛନ୍ତି । ବିଜେପିରେ ସାମିଲ ହେବା ପୂର୍ବରୁ ତୀନ ପ୍ରସାଦ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବାସଭବନରେ ପହଂଚି କିଛି ଆଲୋଚନା କରିଥିବା ଜଣାପଡିଛି ।

ପ୍ରଧାନମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରଣିତ ହୋଇ ପଦ୍ମ ଧରିଥିବା କହିଛନ୍ତି ଜିତିନ୍ । ମନମୋହନ ସିଂହଙ୍କ ମନ୍ତ୍ରୀ ମଣ୍ଡଳରେ ମାନବ ସବଳ ମନ୍ତ୍ରୀ ଥିଲେ ଜିତେନ୍ । ଦିଗଙ୍ଗତ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି ଜିତିନ୍ । ରାଜୀବ ଗାନ୍ଧୀ ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ଥିଲେ ଜିତେନ୍ଦ୍ର । କଂଗ୍ରେସରେ ବାପା ପୁୃଙ୍କ ବେଶ ଦବଦବା ରହିଥିଲା । କଂଗ୍ରେସର ଜଣେ ଆଗଧାଡ଼ିର ନେତାଥିଲେ ଜିତେନ । ଏବେ ବିଜେପିରେ ମିଶିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି ।