କଟକ: ନିମସାହି ଅଂଚଳରେ ଗୁରୁପ୍ରସାଦ ମହାରଣାଙ୍କ ନବନିର୍ମିତ ଘରର ପାଣୀଟାଙ୍କିରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର । ମୃତକ ଜଣକ କଟକ ଝୋଲା ସାହି ଅଂଚଳର ଦୟାନିଧି ମହାରଣା ବୋଲି ଜଣା ପଡିଛି । ତାଙ୍କ ନାଁ ରେ ପୁର୍ବରୁ ଏକ ଗଣ୍ଡଗୋଳ ଘଟଣାରେ ପୁରିଘାଟ ଥାନାରେ ଅଭିଯୋଗ ରହିଛି । ତେବେ ଦୟାନିଧିଙ୍କ ଏହି ମୃତ୍ୟୁ ଘଟଣାରେ କାହାରିକୁ ଘରର ମାଲିକ କହିଛନ୍ତି କେଉଁ ବାଟେ ଯୁବକ ଜଣକ ଆସି ଏଠାରେ ପାଣି ଟାଙ୍କି ମଧ୍ୟରେ କିପରି ପ୍ରବେଶ କଲେ ତାହା ସେ ଯାଣିନାହାନ୍ତି। ତେବେ ପୋଲିସ ଦୟାନିଧିଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ତଦନ୍ତ ଚଳାଇଛନ୍ତି