Odia News Portal

ଏମଏସପି ସ୍ପଞ୍ଜ ଓ ଭଏସ ଅଫ କେନ୍ଦୁଝର ଆନୁକୂଲ୍ୟରେ ଅକ୍ସିଜେନ ସିଲିଣ୍ଡର ବଣ୍ଟନ

କେନ୍ଦୁଝର: ଆଜି ଜିଲ୍ଲା ଶିଶୁ ମଙ୍ଗଳ ସମିତି ପ୍ରାଙ୍ଗଣରେ ଭଏସ ଅଫ କେନ୍ଦୁଝର ଏବଂ ଏମଏସପି ସ୍ପଞ୍ଜ କାରଖାନା ମିଳିତ ଆନୁକୂଲ୍ୟରେ ପାଞ୍ଚ ଟି ସଂସ୍ଥା ଯଥା ଆଦୃତ ଚାଇଲଡ ହୋମ, ଭିଓଆରଆଇ, ଆଭିଡିଓ, ଏସଆରଏମ ଏବଂ ଡିଓଭିକୁ ଅକ୍ସିଜେନ ସିଲିଣ୍ଡର ଓ ଅକ୍ସିମିଟର ପ୍ରଦାନ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମଏସପିର ସଭାପତି ଦେବବ୍ରତ ସ୍ୱାଇଁ, ଶିଶୁ ମଙ୍ଗଳ ସମିତିର ସଭାପତି ଚନ୍ଦ୍ରଶେଖର ଧଡ଼ା, ସଭ୍ୟ ଡ଼ଃ ସନ୍ଦୀପ ପଟ୍ଟନାୟକ, ଗୀତା ମିଶ୍ର, ସ୍ମିତା ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଡ଼ଃ ସନ୍ଦୀପ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ସମାଜ ସେବା କାର‌୍ୟ୍ୟ ଯଥା ବିଭିନ୍ନ ଅଞ୍ଚଳରେ ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ହେଉଅଛି ।