ଆଳୁ ଖୋଳଖୋଳୁ ମହାଦେବ ବାହାରିଲା ଭଳି ବଜ୍ରକାପ୍ତାର ତଦନ୍ତ କରୁକରୁ କ୍ରାଇବ୍ରାଂଚର ଏସଟିଏଫ ହାତରେ ଲାଗିଛି ହାତୀଦାନ୍ତ ଚୋରାଚାଲାଣର ର୍ୟାକେଟ । ୫୦୦ଗ୍ରାମର ହାତୀଦାନ୍ତ ଜବତ ହୋଇଥିବା ବେଳେ ୬ ଅଭିଯୁକ୍ତଙ୍କୁ ହାତକଡି ପିନ୍ଧାଇଛନ୍ତି ଏସଟିଏଫ । ର୍ୟାକେଟର ମାଷ୍ଟରମାଇଣ୍ଡ ମୟୂରଭଂଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଅମ୍ବାଡିହ କଲୋନିର ମାଥୁରୀ ନାୟକଙ୍କଅଗ୍ନିଶର ନାଏକର ଘର ଖାନତଲାସି ବେଳେ ଏ ହାତୀଦାନ୍ତର ଠିକଣା ପାଇଛି ଏସଟିଏଫ । ତେବେ ଏଇ ହାତୀଦାନ୍ତର ଟୁକୁଡା ଏସଟିଏଫ ହାତରେ ଲାଗିଥିବା ବେଳେ ବଳକା ଦାନ୍ତ କାରବାର କେବେ ଓ କେଉଁଠି ହୋଇଛି ତାକୁ ନେଇ ତଦନ୍ତ ଚାଲିଛି । ଏହି ୬ଶିକାରୀ ହାତୀକୁ ମାରିବା ପରେ ତା ଦାନ୍ତକୁ ଖୋଲା ବଜାରରେ ବିକ୍ରିପାଇଁ ଉଦ୍ୟମ କରୁଥିବା ବେଳେ ଏସଟିଏଫ ହାତରେ ଧରାପଡିଛନ୍ତି । ଏହି ର୍ୟାକେଟରେ ଥିବା ସମସ୍ତ ସଦସ୍ୟଙ୍କ ବୟସ ୪୦ରୁ ୫୦ବର୍ଷ ହୋଇଥିବା ବେଳେ ଏମାନେ ଦୀର୍ଘଦିନ ଧରି ବେଧଡକ ଭାବରେ ବନ୍ୟଜନ୍ତୁଙ୍କ ଅଙ୍ଗପ୍ରତ୍ୟେଙ୍ଗ ବିକ୍ରି କରୁଥିବା ବିକ୍ରି କରୁଥିବା ନେଇ ସନ୍ଦେହ କରୁଛି ଏସଟିଏଫ । ଏ ୬ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପରେ ପୂରା ଘଟଣାର ଗୁମର ଖୋଲିବ ବୋଲି ଆଶ ବାନ୍ଧିଛି ଏସଟିଏଫ ।