Odia News Portal

ଦୁର୍ବୃତ୍ତଙ୍କ ଆକ୍ରମଣ

ଢ଼େଙ୍କାନାଳ: କାମାକ୍ଷାନଗର ଥାନା ମୁକ୍ତାପସି ଏସବିଆଇ କଷ୍ଟମର ସର୍ଭିସ ସେଣ୍ଟର ମାଲିକ ଅଶ୍ୱିନୀ କୁମାର ମହାପାତ୍ରଙ୍କୁ  ଜାତୀୟ ରାଜପଥ ୫୩ ସିଆରୀମାଳିଆ ଠାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକ ଦେଖାଇ ଚାପଡ଼ରେ ବାମ ହାତକୁ ହାଣିଛନ୍ତି। ଅଶ୍ୱିନୀ କଷ୍ଟମର ସର୍ଭିସ ସେଣ୍ଟରରୁ କାମାକ୍ଷାନଗର ଆଡକୁ ଆସୁଥିବା ବେଳେ ବାଇକରେ ଦୁଇ ଦୁର୍ବୃତ୍ତ ଆକ୍ରମଣ କରିବାକୁ ଉଦ୍ୟମ କରିବାରୁ ସେ ପଛକୁ ପଳାଇ ଯାଇଥିଲେ। ପରେ ପୁଣି ଥରେ ତାଙ୍କୁ ବନ୍ଧୁକ ଦେଖାଇ ଚାପଡ଼ ଛୁରୀରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କର ବାମ ହାତରେ ଗଭୀର ଆଘାତ ଲାଗିଛି। ସେ ନିଜକୁ ବଞ୍ଚାଇବାକୁ ଦୁର୍ବୃତ୍ତମାନଙ୍କ ସହିତ ଧସ୍ତାଧସ୍ତି କରିଥିଲେ ଉଭୟ ହେଲମେଟ ପିନ୍ଧିଥିଲେ ପରେ ଛାଡିକି କେନାଲ ରାସ୍ତାରେ ପଳାଇଥିଲେ।

ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ବୃତ୍ତମାନେ ଅଶ୍ୱିନୀଙ୍କ ଠାରୁ କିଛି ନେଇ ପାରିନାହାନ୍ତି। ଅଶ୍ୱିନୀ କାମାକ୍ଷାନଗର ବସ ମାଲିକ ସଙ୍ଘ ସମ୍ପାଦକ ଅଛନ୍ତି। ଏହି ଖବର ସ୍ଥାନୀୟ ଅଂଚଳରେ ଜଣାପଡ଼ିବା ପରେ କାମାକ୍ଷାନଗର ମେଡିକାଲରେ ବସ ମାଲିକ ସଂଙ୍ଘ ସଭାପତି ଲଛମନ ଜେନାଙ୍କ ସମେତ ଅନେକ ଲୋକ କାମାକ୍ଷାନଗର ମେଡିକାଲକୁ ଆସିଥିଲେ। ଖବର ପାଇ କାମାକ୍ଷାନଗର ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।