ଗତକାଲି ସୋସିଆଲ ମିଡ଼ିଆରେ ଜମାଟୋର ଏକ ଡ଼େଲିଭରୀ ବଏର ଭିଡ଼ିଓ ଭାଇରାଲ ହୋଇଥିଲା । ଯାହା ପରେ ଲୋକଙ୍କ ମନରେ ଅନଲାଇନ ଫୁଡ଼ ଡ଼େଲିଭେରୀକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଖାଲି ତାହା ନୁହଁ କମ୍ପାନି ନିଜ ଗ୍ରାହକଙ୍କ ବିଶ୍ବାସ ସହ ଖେଳିବାର ଏହି ଘଟଣା ଉପରେ ଖୁବ ଜୋରରେ ନିଜର କ୍ରେଧ ପ୍ରକାଶ କରିଛନ୍ତି ପୂର୍ବ ମିସ ଇଣ୍ଡିଆ ତଥା ଅଭିନେତ୍ରୀ ନମ୍ରତା ଶ୍ରୀରୋଧକର।
ଭାଇରାଲ ହୋଇଥିବା ଜମାଟୋ ଡ଼େଲିଭରୀ ବଏର ଭିଡ଼ିଓରେ ଦେଖିବାକୁ ମିଳିଛି, ତାମିଲନାଡୁ ମଦୁରାଇରେ ଜଣେ ଜମାଟୋ ଡେଲିଭରୀ ବଏ ଗ୍ରାହକଙ୍କୁ ଖାଦ୍ୟ ଦେବାକୁ ଯିବା ପୂର୍ବରୁ ଗୋଟିଏ ନିରୋଳା ଜାଗାରେ ବସି ଖାଦ୍ୟରୁ କିଛି ଖାଇବା ପରେ ପୁଣି ତାକୁ ସିଲ୍ କରୁଛନ୍ତି। ଏହି ଭିଡିଓ ଏବେ ସାରା ଦେଶରେ ଭାଇରାଲ ହୋଇଛି । ଯାହା ଅନଲାଇନ୍ରେ ଘରେ ଘରେ ଖାଦ୍ୟ ଯୋଗାଉଥିବା ଜମାଟୋ କମ୍ପାନୀର ମର୍ୟ୍ୟାଦାକୁ ହାନି କରିଛି ।
ଭିଡ଼ିଓରେ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ,ଏହା ବାସ୍ତବରେ ଏକ ନାମିଦାମୀ ଅନଲାଇନ ଫୁଡ଼ ଡେଲିଭେରୀ କମ୍ପାନିର ଏପରି କାର୍ୟ୍ୟ ଖୁବ ଆଶ୍ଚର୍ୟ୍ୟକର କଥା। ଏଥିରୁ କମ୍ପାନିଟି କିପରି ପରିଚାଳତ ହେଉଛି ତାହା ଜଣାପଡ଼ୁଛି। ଲୋକ ସଫାସୁତୁରା ତଥା ଭଲ ଖାଇବା ପାଇବା ପାଇଁ ଅନଲାଇନ ଅର୍ଡ଼ର କରିଥାନ୍ତି। କିନ୍ତୁ ଏହା ପଛର ସତ୍ୟତା କିଛି ଅଲଗା । ଏପରି କାଣ୍ଡ କରୁଥିବା ବେଳେ ନିଜ କର୍ମ ପ୍ରତି ଡେଲିଭରୀ ବଏଙ୍କ ନୈତିକତା କୁଆଡ଼େ ଗଲା। ଏବେ ଖାଇବା ଅନଲାଇନ ଅର୍ଡ଼ର କରିବା ପୂର୍ବରୁ ଦୁଇଥର ଭାବିବାକୁ ପଡ଼ିବ। ତାହା ସହ ମୁଁ ମୋ ଛୁଆଙ୍କୁ ମଧ୍ୟ ଅନଲାଇନ ଅର୍ଡ଼ର କରିବାରୁ ନିବୃତ ରଖିବେ। ଆଶା କରେ ଆପଣ ମଧ୍ୟ ଏହିପରି କରନ୍ତୁ।
Sign in
Sign in
Recover your password.
A password will be e-mailed to you.