Odia News Portal

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର

ରେଡ୍ ଆଲର୍ଟରେ ଭୁବନେଶ୍ୱର ବିମାନବନ୍ଦର । ଅଗଷ୍ଟ ୧୫ ପାଇଁ ରେଡ୍ ଆଲର୍ଟକୁ ଜାରି କରାଯାଇଛି । ଅଗଷ୍ଟ ୧୦ରୁ ୨୦ ତାରିଖ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆ ସୂଚନା ଦେଇଛନ୍ତି । ଦିଲ୍ଲୀ ବିମାନବନ୍ଦର ଉଡାଇ ଦେବାକୁ ଧମକ ଆସିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।

ଯାତ୍ରୀଙ୍କୁ କଡାକଡି ଯାଂଚ କରି ଭିତରକୁ ଛଡାଯିବ । ବିମାନବନ୍ଦରରେ ଦୁଇଗୁଣା ଅଧିକ ବନ୍ଧୁକଧାରୀ ଯବାନଙ୍କୁ ମୁତୟନ କରାଯିବ । ସୁରକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ପୋଲିସର ସହଯୋଗ ନିଆଯିବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି । ପ୍ରତି ୱାଚ୍ ଟାୱାରରେ ଦୁଇ ଜଣ ଲେଖାଏଁ ଯବାନଙ୍କୁ ମୁତୟନ କରାଯିବ । ସବୁ ପୋଷ୍ଟରେ ସିଆଇଏସଏଫ୍ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।