ଭୁବନେଶ୍ବର: ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ତମାଣ୍ଡୋ ଥାନା ସାହାଣୀ କାଶିପୁର ଗାଁ ରାସ୍ତାରେ ଗୁଳିକାଣ୍ଡ ଘଟିଛି। ୩ ଜଣ ଦୁର୍ବୃତ୍ତ ଜଣେ ଗୁପଚୁପ୍ ବେପାରୀଙ୍କୁ ଲୁଟିବାକୁ ଯାଇ ଗୁଳି ଚଳାଇଛନ୍ତି। ମାତ୍ର ସୌଭାଗ୍ୟକୁ ଗୁଳିଟି ଖଟା ପାଣି ହାଣ୍ଡିରେ ବାଜିବାରୁ ବେପାରୀ ଜଣଙ୍କ ବର୍ତି ଯାଇଛନ୍ତି। ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି। ତେବେ ପୁଲିସ ଦୁର୍ବୃତ୍ତମାନଙ୍କ ଟେର୍ ପାଇନାହିଁ ।