ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ଏନ୍ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଖେଳପିଡ଼ଆ ନିର୍ମାଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶକୁ ନେଇ ପୂର୍ବରୁ ଥିବା ବିବାଦରୁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏପରି କି ପ୍ରତିପକ୍ଷ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଏହି ଘଟଣାରେ ଉଭୟ ଗୋଷ୍ଠୀର ୫ ଜଣ ଆହତ ମଧ୍ୟ ହୋଇଛନ୍ତି।